Advertisment

ସଫେଇ କର୍ମଚାରୀଙ୍କୁ ହତ୍ୟା

୪-୫ ଜଣ ଯୁବକ ସଂଘବଦ୍ଧ ଭାବେ ତାଙ୍କୁ ଆକ୍ରମଣ କରିଥିଲେ।

author-image
Jitendra Garnayak
Dead Body

Dead Body

ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ ଠେଲକୋପଡ଼ାରେ ଜଣେ ଯୁବକଙ୍କୁ ସଂଘବଦ୍ଧ ଭାବେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ଯୁବକଙ୍କ ନାଁ ସୋନି ଷଣ୍ଢ। ସେ ସମ୍ବଲପୁର ସଦର ଡାକ୍ତରଖାନାରେ ଅସ୍ଥାୟୀ ସଫେଇ କର୍ମଚାରୀ ଭାବେ କାମ କରୁଥିଲେ।

Advertisment

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୪-୫ ଜଣ ଯୁବକ ସଂଘବଦ୍ଧ ଭାବେ ତାଙ୍କୁ ଆକ୍ରମଣ କରି ହତ୍ୟା କରିଥିବା ତାଙ୍କ ସାନ ଭାଇ ଅଭିଯୋଗ କରିଛନ୍ତି। ଆଜି ଅପରାହ୍ନ ପ୍ରାୟ ଗୋଟାଏ ବେଳେ ଅଭିଯୁକ୍ତ ମାନେ ହାତରେ ଛୁରୀ ଓ ଅନ୍ୟାନ୍ୟ ଧାରୁଆ ଅସ୍ତ୍ର ଧରି ସୋନିଙ୍କୁ ଆକ୍ରମଣ କରିଥିଲେ।

ସୋନିଙ୍କୁ ଅଭିଯୁକ୍ତମାନେ ଆକ୍ରମଣ କଲା ବେଳେ ପରିବାର ଲୋକେ ଉପସ୍ଥିତ ଥିଲେ। ତେବେ ଆକ୍ରମଣକାରୀଙ୍କ ହାତରେ ଧାରୁଥା ଅସ୍ତ୍ର ଥିବାରୁ ସେମାନଙ୍କୁ ଅଟକାଇବାରେ ବିଫଳ ହୋଇଥିଲେ। ଆକ୍ରମଣରେ ରକ୍ତାକ୍ତ ହୋଇଯାଇଥିବା ସୋନି ଷଣ୍ଢକୁ ଡାକ୍ତରଖାନା ନିଆଯାଇଥିଲା। ତେବେ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।

Advertisment

ସମ୍ବଲପୁର ଟାଉନ୍ ଥାନା ପୁଲିସ୍ ଘଟଣାର ତଦନ୍ତ କରୁଛି।

Murder