/odisha-reporter/media/post_attachments/uploadimage/library/16_9/16_9_0/IMAGE_1700129597.jpg)
Maheswar Samal
ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କଠାରୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଯାଜପୁର ଜିଲ୍ଲା କବିରପୁର ସରକାରୀ ହାଇସ୍କୁଲର କିରାଣି ମହେଶ୍ୱର ସାମଲ।
Advertisment
ଅବସର ପରେ ଉକ୍ତ ଶିକ୍ଷକଙ୍କ ବକେୟା ବିଲ୍ ଓ ପେନ୍ସନ୍ କାମ କରିଦେବା ପାଇଁ କିରାଣି ମହେଶ୍ୱର ସାମଲ ଲାଞ୍ଚ ମାଗିଥିଲେ।
ଆଜି ସେ ଅବସରପ୍ରାପ୍ତ ଶିକ୍ଷକଙ୍କଠାରୁ ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ। ତାଙ୍କଠାରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରାଯାଇଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।
Advertisment
କିରାଣି ମହେଶ୍ୱର ସାମଲଙ୍କର ଯାଜପୁର ଜିଲ୍ଲାରେ ଥିବା ଦୁଇଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ସେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ସନ୍ଦେହରେ ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ାଉ କରାଯାଇଛି।
ଏହି ଘଟଣାରେ କଟକ ଭିଜିଲାନ୍ସ ପୁଲିସ୍ ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ତଦନ୍ତ ଜାରି ରହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
