Advertisment

ଅବସରପ୍ରାପ୍ତ ଶିକ୍ଷକଙ୍କଠାରୁ ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ କିରାଣି

କିରାଣି ମହେଶ୍ୱର ସାମଲଙ୍କର ଯାଜପୁର ଜିଲ୍ଲାରେ ଥିବା ଦୁଇଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି।

Maheswar Samal

Maheswar Samal

Advertisment

ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କଠାରୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଯାଜପୁର ଜିଲ୍ଲା କବିରପୁର ସରକାରୀ ହାଇସ୍କୁଲର କିରାଣି ମହେଶ୍ୱର ସାମଲ।

Advertisment

ଅବସର ପରେ ଉକ୍ତ ଶିକ୍ଷକଙ୍କ ବକେୟା ବିଲ୍‌ ଓ ପେନ୍‌ସନ୍ କାମ କରିଦେବା ପାଇଁ କିରାଣି ମହେଶ୍ୱର ସାମଲ ଲାଞ୍ଚ ମାଗିଥିଲେ।

ଆଜି ସେ ଅବସରପ୍ରାପ୍ତ ଶିକ୍ଷକଙ୍କଠାରୁ ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ। ତାଙ୍କଠାରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରାଯାଇଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।

Advertisment

କିରାଣି ମହେଶ୍ୱର ସାମଲଙ୍କର ଯାଜପୁର ଜିଲ୍ଲାରେ ଥିବା ଦୁଇଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ସେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ସନ୍ଦେହରେ ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ାଉ କରାଯାଇଛି।

ଏହି ଘଟଣାରେ କଟକ ଭିଜିଲାନ୍ସ ପୁଲିସ୍ ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ତଦନ୍ତ ଜାରି ରହିଛି।

Vigilance Raid Bribe Odisha Vigilance Vigilance Net Vigilance
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe