Advertisment

ସ୍ୱାମୀ-ସ୍ତ୍ରୀଙ୍କୁ ଗଳା କାଟି ହତ୍ୟା

କୁକୁଡ଼ା ଫାର୍ମ ନିକଟରେ ପଡ଼ିଥିଲା ସେମାନଙ୍କ ମୃତଦେହ

Deadbody

Deadbody

Advertisment

ବାଲେଶ୍ୱର ଜିଲ୍ଲା ସୋର ଥାନା ସବିରା ପଞ୍ଚାୟତ ମାଝୀ ସାହି ଗାଁରେ ଏକ ଦମ୍ପତିଙ୍କୁ ଗଳା କାଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ଦ୍ୱୟ ହେଲେ ରଘୁନାଥ ବେହେରା ଓ ତାଙ୍କ ସ୍ତ୍ରୀ ପ୍ରଭାତି ବେହେରା।

Advertisment

ରଘୁନାଥଙ୍କର ଏକ କୁକୁଡ଼ା ଫାର୍ମ ଅଛି। ସ୍ୱାମୀସ୍ତ୍ରୀ ରାତିରେ ଏହି ଫାର୍ମରେ ରହନ୍ତି। ଆଜି ମଧ୍ୟ ସେମାନେ ଫାର୍ମକୁ ଆସିଥିବା ବେଳେ କେହି ସେମାନଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। କୁକୁଡ଼ା ଫାର୍ମ ପାଖ ପଡ଼ିଆରେ ସେମାନଙ୍କ ମୃତଦେହ ପଡ଼ିଥିବା ବେଳେ ଉଭୟଙ୍କ ବେକ କଟା ଯାଇଥିବା ଜଣାପଡ଼ିଛି।

ସୋର ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

Murder Balasore
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe