ବାପା ଟଙ୍କା ନଦେବାରୁ ତାଙ୍କୁ ଧମକ ଦେବା ସହିତ ମାରପିଟ କରିବା ଅଭିଯୋଗରେ ଜଣେ ଅପରାଧୀଙ୍କୁ ଗିରଫ କରିଛି କଟକର ଚାଉଳିଆଗଞ୍ଜ ଥାନା ପୁଲିସ୍। ଗିରଫ ବ୍ୟକ୍ତିଙ୍କ ନାଁ ସତ୍ୟରଞ୍ଜନ ସାମଲା। ତାଙ୍କ ନାଁରେ ପୂର୍ବରୁ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି।
ସତ୍ୟରଞ୍ଜନ ତାଙ୍କ ବାପାଙ୍କୁ ଧମକଚମକ ଦେବା ସହ ୧୦ ଲକ୍ଷ ଟଙ୍କା ମାଗିଥିଲେ। ବାପା ଟଙ୍କା ନ ଦେବାରୁ ତାଙ୍କୁ ଆକ୍ରମଣ କରି ଅନଲାଇନ ମାଧ୍ୟମରେ ଜୋରଜବରଦସ୍ତ କିଛି ଟଙ୍କା ନେଇ ଯାଇଥିଲେ ସତ୍ୟରଞ୍ଜନ।
Also Read
ଏହା ପରେ ତାଙ୍କ ବାପା ଚାଉଳିଆଗଞ୍ଜ ଥାନାରେ ଏତଲା ଦେଇଥିଲେ। ତାଙ୍କ ଏତଲା ଆଧାରରେ ପୁଲିସ୍ ମାମଲା ରୁଜୁ କରି ସତ୍ୟରଞ୍ଜନଙ୍କୁ ଗିରଫ କରିଛି।
ପୁଲିସର ସୂଚନା ଅନୁଯାୟୀ, ସତ୍ୟରଞ୍ଜନ ନିଜକୁ ଡାକ୍ତର ପରିଚୟ ଦେଇ ଏକାଧିକ ଲୋକଙ୍କୁ ଠକିଛନ୍ତି। ନିଜକୁ ଡାକ୍ତର ବୋଲି କହି ଅନେକ ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ସେମାନଙ୍କଠାରୁ ଟଙ୍କା ନେଇ ପୂର୍ବରୁ ସେ ଗିରଫ ମଧ୍ୟ ହୋଇଥିଲେ। ଠକେଇ କରି ଆଣୁଥିବା ଟଙ୍କାରେ ଦାମୀ ଗାଡ଼ି ଚଢ଼ିବା ସହିତ ସୌଖୀନ ଜୀବନଯାପନ କରନ୍ତି ସତ୍ୟରଞ୍ଜନ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ହାଟରୁ ମିଳିଥିଲା ଅଧା ପୋଡ଼ା ମୃତଦେହ; ଟଙ୍କା ନ ଦେବାରୁ ଜାଳିଦେଇଥିଲେ ଦୁଇ ଦୋକାନୀ
ଗତ ୧୬ତାରିଖରେ କନ୍ଦା ମହାନ୍ତ କେନ୍ଦୁଜୁଆଣି ହାଟକୁ ଆସିଥିଲେ। ସେଠାରେ ସେ ଉଭୟ ଦୋକାନୀଙ୍କ ନିକଟରୁ ପତ୍ରପୋଡା ମାଂସ ସହିତ ଚଣା ଆଣି ଖାଇଥିଲେ। ମାତ୍ର ସେମାନଙ୍କୁ ସେ ଟଙ୍କା ଦେଇ ନ ଥିଲେ।
Crime
ପୁଲିସ ବାବୁଙ୍କ ଦବଙ୍ଗଗିରି; ଅଭିଯୁକ୍ତକୁ ନିର୍ଧୂମ ପିଟିଲେ, ପିଠି ଉପରେ ଚଢ଼ିଗଲେ
ଘଟଣା ଘଟିଛି କଟକ ଜିଲ୍ଲା ବାଙ୍କୀ ଅଞ୍ଚଳରେ।
Crime
ଆକ୍ସନ ମୁଡରେ ଇଡି; ଦ୍ୱିତୀୟ ଦିନରେ ପ୍ରମିଳା ମଲ୍ଲିକଙ୍କ ଭାଇଙ୍କ ଘରେ ରେଡ୍
ଗତକାଲି ସମ୍ବଲପୁରରେ ଥିବା ବିଶ୍ୱ ଏନଜିଓର ମୁଖ୍ୟ କାର୍ଯ୍ୟାଳୟ ସମେତ ୩ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଥିଲା। ଦିଲ୍ଲୀରେ ମଧ୍ୟ ଇଡି ପକ୍ଷରୁ ଚଢ଼ାଉ କରାଯାଇଥିଲା।
Crime
ତାତିଲେ ଗ୍ରାମବାସୀ, ଦୁର୍ଦ୍ଦାନ୍ତ ନକ୍ସଲ ହିଡମା ଘରକୁ ମାଟିରେ ମିଶାଇଦେଲେ
ହିଡମା ନିଜ ଗାଁ ଲୋକଙ୍କୁ ସବୁବେଳେ ଡରାଇ ଧମକାଇ ରଖିଥିବା ବେଳେ ବହୁ ଲୋକ ଗାଁ ଛାଡ଼ି ଚାଲି ଯାଇଥିଲେ। ମାତ୍ର ଏବେ ସେନା ସହଯୋଗରେ ହିଡମା ଘରକୁ ମାଟିରେ ମିଶାଇ ଦେଇଛନ୍ତି ଉତ୍ତ୍ୟକ୍ତ ଲୋକେ।
Crime
ହଷ୍ଟେଲ ବାଥରୁମ୍ରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର
ଛାତ୍ରୀଙ୍କୁ ହତ୍ୟା କରାଯାଇଛି ନା ସେ ଆତ୍ମହତ୍ୟା କରିଛନ୍ତି ତାହା ଜଣାପଡ଼ିନାହିଁ।