Advertisment

ବାପାଙ୍କୁ ବି ଛାଡ଼ିଲାନି ଅପରାଧୀ, ବାନ୍ଧିଲା ପୁଲିସ

ନିଜକୁ ଡାକ୍ତର ବୋଲି କହି ଅନେକ ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ସେମାନଙ୍କଠାରୁ ଟଙ୍କା ନେଇ ପୂର୍ବରୁ ସେ ଗିରଫ ମଧ୍ୟ ହୋଇଥିଲେ।

Accused

Accused

Advertisment

ବାପା ଟଙ୍କା ନଦେବାରୁ ତାଙ୍କୁ ଧମକ ଦେବା ସହିତ ମାରପିଟ କରିବା ଅଭିଯୋଗରେ ଜଣେ ଅପରାଧୀଙ୍କୁ ଗିରଫ କରିଛି କଟକର ଚାଉଳିଆଗଞ୍ଜ ଥାନା ପୁଲିସ୍‌। ଗିରଫ ବ୍ୟକ୍ତିଙ୍କ ନାଁ ସତ୍ୟରଞ୍ଜନ ସାମଲା। ତାଙ୍କ ନାଁରେ ପୂର୍ବରୁ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି।

Advertisment

ସତ୍ୟରଞ୍ଜନ ତାଙ୍କ ବାପାଙ୍କୁ ଧମକଚମକ ଦେବା ସହ ୧୦ ଲକ୍ଷ ଟଙ୍କା ମାଗିଥିଲେ। ବାପା ଟଙ୍କା ନ ଦେବାରୁ ତାଙ୍କୁ ଆକ୍ରମଣ କରି ଅନଲାଇନ ମାଧ୍ୟମରେ ଜୋରଜବରଦସ୍ତ କିଛି ଟଙ୍କା ନେଇ ଯାଇଥିଲେ ସତ୍ୟରଞ୍ଜନ।

ଏହା ପରେ ତାଙ୍କ ବାପା ଚାଉଳିଆଗଞ୍ଜ ଥାନାରେ ଏତଲା ଦେଇଥିଲେ। ତାଙ୍କ ଏତଲା ଆଧାରରେ ପୁଲିସ୍ ମାମଲା ରୁଜୁ କରି ସତ୍ୟରଞ୍ଜନଙ୍କୁ ଗିରଫ କରିଛି।

Advertisment

ପୁଲିସର ସୂଚନା ଅନୁଯାୟୀ, ସତ୍ୟରଞ୍ଜନ ନିଜକୁ ଡାକ୍ତର ପରିଚୟ ଦେଇ ଏକାଧିକ ଲୋକଙ୍କୁ ଠକିଛନ୍ତି। ନିଜକୁ ଡାକ୍ତର ବୋଲି କହି ଅନେକ ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ସେମାନଙ୍କଠାରୁ ଟଙ୍କା ନେଇ ପୂର୍ବରୁ ସେ ଗିରଫ ମଧ୍ୟ ହୋଇଥିଲେ। ଠକେଇ କରି ଆଣୁଥିବା ଟଙ୍କାରେ ଦାମୀ ଗାଡ଼ି ଚଢ଼ିବା ସହିତ ସୌଖୀନ ଜୀବନଯାପନ କରନ୍ତି ସତ୍ୟରଞ୍ଜନ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe