Advertisment

ସିସିଟିଭି ଫୁଟେଜ୍ ଦେଖାଇବାକୁ ଅଡ଼ି ବସିଛନ୍ତି ପରିବାର ଲୋକେ, ୫ ଦିନ ହେଲା ପୋଷ୍ଟମର୍ଟମ୍ ଘରେ ପଡ଼ିଛି ମୃତଦେହ

୫ ଦିନ ଧରି ମେଡିକାଲର ପୋଷ୍ଟମର୍ଟମ୍ ଘରେ ପଡ଼ି ରହିଛି ମୃତଦେହ। ନା ପରିବାର ନେଉଛନ୍ତି ନା ପୁଲିସ୍ ଅନ୍ତିମ ସତ୍କାର କରିପାରୁଛି। ଏଭଳି କିଛି ଘଟଣା ଘଟିଛି ବାରିପଦା PRM ମେଡିକାଲରେ।

Baripada

Baripada

Advertisment

୫ ଦିନ ଧରି ମେଡିକାଲର ପୋଷ୍ଟମର୍ଟମ୍ ଘରେ ପଡ଼ି ରହିଛି ମୃତଦେହ। ନା ପରିବାର ନେଉଛନ୍ତି ନା ପୁଲିସ୍ ଅନ୍ତିମ ସତ୍କାର କରିପାରୁଛି। ଏଭଳି କିଛି ଘଟଣା ଘଟିଛି ବାରିପଦା PRM ମେଡିକାଲରେ।

Advertisment

ବାରିପଦା ଜେଲରେ ଗତ ୩୧ ତାରିଖ ଦିନ ରବି ସିଂ ନାମକ ଜଣେ ବିଚାରାଧିନ କଏଦୀ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତାଙ୍କୁ ମେଡିକାଲକୁ ଆଣିବା ପରେ ମୃତ ଘୋଷଣା କରିଥିଲେ ଡାକ୍ତର। ହେଲେ ଏହାକୁ ଗ୍ରହଣ କରି ପାରିନାହାନ୍ତି ରବି ସିଂଙ୍କ ପରିବାର। କିଭଳି ରବି ଆତ୍ମହତ୍ୟା କଲେ? କେଉଁ ସ୍ଥାନରେ ଏହି ଘଟଣା ଘଟିଛି? ଘଟଣା ବେଳର ସିସିଟିଭି ଫୁଟେଜ୍ ଦେଖାଇବାକୁ ଅଡ଼ି ବସିଛନ୍ତି ପରିବାର ଲୋକେ।

ଏନେଇ ଜେଲ୍ ଆଗରେ ବିକ୍ଷୋଭ ବି ପ୍ରଦର୍ଶନ କରିଛନ୍ତି ପରିବାର ଲୋକେ। ତଥାପି କୌଣସି ସମାଧାନର ବାଟ ଫିଟି ପାରିନି। ସେପଟେ ପୁଲିସ୍ କହିଛି, ରବି ସିଂଙ୍କ ପରିବାର କ୍ଷତିପୂରଣ ଦାବି କରିଛନ୍ତି ବୋଲି। ତେବେ ତଦନ୍ତ ପରେ ବିଚାର ହେବ ବୋଲି କହିଛନ୍ତି ବାରିପଦା ଏସଡିପିଓ।

Advertisment
Crime Deadbody Baripada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe