Advertisment

ଭିନ୍ନକ୍ଷମ ଯୁବକଙ୍କୁ ବଜାରରେ ଗୋଡ଼ାଇ ଗୋଡ଼ାଇ ପିଟିଲେ

ଆକ୍ରମଣ କାରୀଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ।

author-image
Tapaswini Nayak
Police station

Police station

ଭିନ୍ନକ୍ଷମ ଯୁବକଙ୍କୁ ବଜାରରେ ଗୋଡ଼ାଇ ଗୋଡ଼ାଇ ପିଟିଲେ ଅନ୍ୟ ଜଣେ ଯୁବକ। ଭିନ୍ନକ୍ଷମ ଯୁବକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ଏପରି ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା କୋଇଡା ଥାନା ଅନ୍ତର୍ଗତ ପରିବା ମାର୍କେଟ ନିକଟରେ।

Advertisment

ଗତକାଲି ରାତିରେ ଭିନ୍ନକ୍ଷମ ଯୁବକ ଜଣକ ତାଙ୍କ ପରିବାର ସହିତ ଦୋକାନ ପିଣ୍ଡିରେ ଶୋଇଥିଲେ। ଏହି ସମୟରେ ଜଣେ ଯୁବକ ଆସି ତାଙ୍କୁ ଆଶବାଡ଼ିରେ ଆକ୍ରମଣ କରିଥିଲା। ଏପରିକି ବଜାରରେ ଗୋଡ଼ାଇ ଗୋଡ଼ାଇ ପିଟିଥିଲା। ସ୍ଥାନୀୟ ଲୋକେ ଏହା ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ଭିନ୍ନକ୍ଷମ ଯୁବକଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା।

ଏଥିସହ ଆକ୍ରମଣ କାରୀଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ। ତେବେ କେଉଁ କାରଣ ପାଇଁ ଯୁବକ ଜଣଙ୍କ ଭିନ୍ନକ୍ଷକ ଯୁବକଙ୍କୁ ଆକ୍ରମଣ କଲେ ତାର କାରଣ ଜଣାପଡ଼ିନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି। 

Advertisment
Sudargarh