Advertisment

ଶବ ବ୍ୟବଚ୍ଛେଦ ଗୃହରେ ଡାକ୍ତରଙ୍କୁ ମାଡ଼

ପ୍ରତିବାଦରେ ନନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ ଡାକ୍ତର ଓ କର୍ମଚାରୀମାନେ କାର୍ଯ୍ୟ ବନ୍ଦ କରିଥିଲେ।

Doctor

Doctor

Advertisment

କୋରାପୁଟ ଜିଲ୍ଲା ନନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ କାର୍ଯ୍ୟରତ ଡାକ୍ତରଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ସେ ଏକ ଶବର ବ୍ୟବଚ୍ଛେଦ କରିବାକୁ ଯାଇଥିବା ବେଳେ ମୃତକଙ୍କ ପରିବାର ଲୋକେ ତାଙ୍କୁ ଠେଲାପେଲା କରିବା ସହିତ ମାଡ଼ ମାରିଥିଲେ ବୋଲି ଥାନାରେ ଅଭିଯୋଗ ହୋଇଛି। ଏହି ଅଭିଯୋଗ ଆଣିଥିବା ଡାକ୍ତରଙ୍କ ନାଁ ସନ୍ଦୀପ ପଣ୍ଡା।

Advertisment

ଗତକାଲି ମଧ୍ୟ ରାତ୍ରରେ ପଂଜେଲ ଗାଁର ଗର୍ଭବତୀ କବିତା ଖିଲ ହଠାତ ଅସୁସ୍ଥ ହୋଇପଡ଼ିଥିଲେ। ତେଣୁ ପରିବାର ଲୋକେ ତାଙ୍କୁ ନନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ କବିତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ପରବର୍ତ୍ତୀ ସମୟରେ କବିତାଙ୍କ ମୃତଦେହକୁ ଶବ ବ୍ୟବଚ୍ଛେଦ ଗୃହକୁ ନିଆଯାଇଥିଲା। ଡାକ୍ତର ସନ୍ଦୀପ ପଣ୍ଡା ଶବ ବ୍ୟବଚ୍ଛେଦ କରିବା ପାଇଁ ସେଠାରେ ପହଞ୍ଚିଥିଲେ। ସେ ସେଠାରେ ଥିବା ବେଳେ କବିତାଙ୍କ ପରିବାର ଲୋକେ ତାଙ୍କୁ ଠେଲାପେଲା କରିବା ସହିତ ମାରପିଟ କରିଥିଲେ। ଏହି ଘଟଣା ନେଇ ଡାକ୍ତର ପଣ୍ଡା ନନ୍ଦପୁର ଥାନାର ଦ୍ୱାରସ୍ଥ ହୋଇଥିଲେ।

ଏହି ଘଟଣାକୁ ନେଇ ନନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ ଡାକ୍ତର ଓ କର୍ମଚାରୀମାନେ କାର୍ଯ୍ୟ ବନ୍ଦ କରିଥିଲେ। ନନ୍ଦପୁର ପୁଲିସ ଘଟଣାର ତଦନ୍ତ କରି ୧୦ ଜଣଙ୍କୁ ଥାନାରେ ଅଟକ ରଖିଛି। 

Advertisment

ସୂଚନାଯୋଗ୍ୟ, କବିତା ଖିଲଙ୍କ ଶ୍ୱଶୁର ଓ ବାପ ଘର ଲୋକେ ଶବ ବ୍ୟବଚ୍ଛେଦକୁ ବିରୋଧ କରିଥିଲେ। କବିତାଙ୍କର ଶବ ବ୍ୟବଚ୍ଛେଦ ନକରାଯାଉ ବୋଲି ସେମାନେ କହିଥିଲେ। ତେଣୁ ସେମାନେ ଜଣେ କାର୍ଯ୍ୟରତ ଡାକ୍ତରଙ୍କୁ ଆକ୍ରମଣ କରିଥିବା ଜଣାପଡ଼ିଛି। 

ଲମତାପୁଟରୁ ଜଗତ ଜୀବନଙ୍କ ରିପୋର୍ଟ

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe