Advertisment

ସପ୍ତମ ପାସ୍‌ରେ ଆୟୁର୍ବେଦିକ ଡାକ୍ତର, କରୁଥିଲେ ପାଇଲ୍‌ସ ଅପରେସନ

କେହି ଜଣେ ବି ଉତ୍ପଲଙ୍କ ନାଁରେ ଅଭିଯୋଗ କରିବା ପରେ ଆଜି ପୁଲିସ ପକ୍ଷରୁ ତାଙ୍କ କ୍ଲିନିକ୍ ଉପରେ ଚଢ଼ାଉ କରାଯାଇଥିଲା।

Fake Doctor

Fake Doctor

Advertisment

ପାଠ ସପ୍ତମ, ପେଶା ଆୟୁର୍ବେଦିକ ଡାକ୍ତର। ନକଲି ବିଏଏମ୍‌ଏସ୍‌ (Bachelor of Ayurvedic Medicine and Surgery) ସାର୍ଟିଫିକେଟ ରଖି କ୍ଲିନିକ୍ ଖୋଲି ଲୋକଙ୍କୁ କରୁଥିଲେ ଚିକିତ୍ସା। ଏମିତି ଜଣେ ନକଲି ଡାକ୍ତରଙ୍କୁ ଗିରଫ କରିଛି ପୁଲିସ୍‌। ଘଟଣାଟି ବ୍ରହ୍ମପୁରର।

Advertisment

ଗିରଫ ନକଲି ଡାକ୍ତରଙ୍କ ନାଁ ବି. ଉତ୍ପଲ। ତାଙ୍କ ଘର ପଶ୍ଚିମବଙ୍ଗରେ। ସେ ବ୍ରହ୍ମପୁର ସହରର ଗେଟ୍ ବଜାର ଛକ ନିକଟରେ ଏକ କୋଠାର ଉପର ମହଲାରେ ଖୋଲିଥିଲେ କ୍ଲିନିକ୍‌। ସେଠାରେ ସେ ଅର୍ଶ, ଭଗନ୍ଧର, ରକ୍ତସ୍ରାବ ସହିତ ଅନ୍ୟାନ୍ୟ ରୋଗର ଚିକିତ୍ସା କରୁଥିଲେ। ସେ କେଉଁ କେଉଁ ରୋଗର ଚିକିତ୍ସା କରିପାରନ୍ତି, ସେ ନେଇ କ୍ଲିନିକ୍ ବାହାରେ ବୋର୍ଡ ଲଗାଇ ଉଲ୍ଲେଖ କରିଥିଲେ।

କେହି ଜଣେ ଉତ୍ପଲଙ୍କ ନାଁରେ ଅଭିଯୋଗ କରିବା ପରେ ଆଜି ପୁଲିସ ପକ୍ଷରୁ ତାଙ୍କ କ୍ଲିନିକ୍ ଉପରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ତାଙ୍କଠାରୁ ବହୁ ଆୟୁର୍ବେଦିକ ଔଷଧ ସହିତ ଅପରେସନରେ ବ୍ୟବହୃତ କଇଁଚି ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଥିଲା।

Advertisment

ପୁଲିସ ପଚରାଉଚରା କରିବା ପରେ ଜଣାପଡ଼ିଥିଲା ଯେ ସେ ମାତ୍ର ସପ୍ତମ ପର୍ଯ୍ୟନ୍ତ ପଢ଼ିଛନ୍ତି। ଲୋକଙ୍କୁ ନକଲି ବିଏଏମଏସ ସାର୍ଟିଫିକେଟ୍ ଦେଖାଇ ନିଜକୁ ଆୟୁର୍ବେଦିକ ଡାକ୍ତର କହି ସେ ଚିକିତ୍ସା କରୁଥିଲେ।

ରାଜ୍ୟର ବିଭିନ୍ନ ସ୍ଥାନରେ ଏଭଳି ନକଲି ଡାକ୍ତର ଅଛନ୍ତି। ଖୋଲାଖୋଲି ଭାବେ କ୍ଲିନିକ ଖୋଲି ସେମାନେ ଲୋକଙ୍କୁ ଚିକିତ୍ସା କରୁଛନ୍ତି। ବିଭିନ୍ନ ସମୟରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ଏଭଳି ନକଲି ଡାକ୍ତରମାନଙ୍କୁ ଗିରଫ କରୁଛି ପୁଲିସ୍। ତେବେ ରାଜ୍ୟକୁ ନକଲି ଡାକ୍ତର ଶୂନ୍ୟ କରିବାରେ ପ୍ରଶାସନ ସଫଳ ହୋଇପାରି ନାହିଁ।

Fake Doctor
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe