Advertisment

ନକଲି ନକ୍ସଲ ଗିରଫ, ହତ୍ୟା ଧମକ ଦେଇ ଦୋକାନୀମାନଙ୍କୁ ମାଗୁଥିଲା ଟଙ୍କା

ସନ୍ତୋଷକୁ ଠାରୁ ୩ଟି ମୋବାଇଲ, ଗୋଟିଏ ସିମ କାର୍ଡ, ୩ଟି ଏଟିଏମ କାର୍ଡ ଓ ଗୋଟିଏ ମେମୋରି କାର୍ଡ ଜବତ କରିଛି ପୁଲିସ।

Accused

Accused

Advertisment

ମାଲକାନଗିରି ପୁଲିସ ଜଣେ ନକଲି ନକ୍ସଲକୁ ଗିରଫ କରିଛି। ତା’ ନାଁ ସନ୍ତୋଷ କୁମାର ମହାନ୍ତି ଓରଫ ପିଣ୍ଟୁ। ତା’ ଘର ଖୋର୍ଦ୍ଧା ଥାନା ଅନ୍ତର୍ଗତ ରଘୁନାଥପୁର ଗାଁରେ। ସେ ନିଜକୁ ନକ୍ସଲ କମାଣ୍ଡର ଆର. ରାଜେଶ୍ୱର ଟାରାଲ ପରିଚୟ ଦେଇ ଜିଲ୍ଲାର ବହୁ ଦୋକାନୀଙ୍କୁ ଫୋନ୍ କରି ଧମକ ଦେଇ ଟଙ୍କା ମାଗୁଥିଲା। ଟଙ୍କା ନ ଦେଲେ ହତ୍ୟା କରି ଦେବ ବୋଲି ସେ ଧମକାଉଥିବା ଅଭିଯୋଗ ହୋଇଛି।

Advertisment

ଅଗଷ୍ଟ ୯ ତାରିଖରେ କୋରକୋଣ୍ଡା ବ୍ଲକର ଏମଭି-୧୦୦ ଗ୍ରାମର ଅନୀଲ ବରକନ୍ଦଜଙ୍କ ନିକଟକୁ ଏକ କଲ୍ ଆସିଥିଲା। ନିଜକୁ ନକ୍ସଲ କମାଣ୍ଡର ଆର.ରାଜେଶ୍ୱର ଟାରାଲ ବୋଲି ପରିଚୟ ଦେଇ ସନ୍ତୋଷ ତାଙ୍କୁ ୨ ହଜାର ଟଙ୍କା ମାଗିଥିଲା। ଗତ ଏପ୍ରିଲ ୪ ତାରିଖରେ ମଧ୍ୟ ଆଉ ଏକ ନମ୍ବରରୁ ହ୍ୱାଟସ୍‌ଆପ୍ ଜରିଆରେ ସେ ୫ ହଜାର ଟଙ୍କା ମାଗିଥିଲା। ଏନେଇ ମାଲକାନଗିରି ସଦର ଥାନାରେ ଏତଲା ଦିଆଯିବା ପରେ ପୁଲିସ ତଦନ୍ତ କରି ସନ୍ତୋଷକୁ ଗିରଫ କରିଛି।

ମାଲକାନଗିରି ଜିଲ୍ଲାରେ ଏପରି କରି ସନ୍ତୋଷ କୁମାର ମହାନ୍ତି ଏକ ଲକ୍ଷରୁ ଅଧିକ ଟଙ୍କା ଏକାଧିକ ଲୋକଙ୍କଠାରୁ ଲୁଟି ଥିବା ଜଣାପଡ଼ିଛି। ପୁଲିସ ସନ୍ତୋଷକୁ ଗିରଫ କରିବା ପରେ ତା’ଠାରୁ ୩ଟି ମୋବାଇଲ, ଗୋଟିଏ ସିମ କାର୍ଡ, ୩ଟି ଏଟିଏମ କାର୍ଡ ଓ ଗୋଟିଏ ମେମୋରି କାର୍ଡ ଜବତ କରିଥିବା ନେଇ ମାଲକାନଗିରି ଏସଡିପିଓ ସଚିନ ପଟେଲ ସମ୍ବାଦିକ ସମ୍ମିଳନୀରେ କହିଛନ୍ତି।

Advertisment
Fake Naxal Naxal Activities
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe