Advertisment

Crime: କେଉଁଠି ଥିଲେ ପ୍ରିୟଙ୍କା

ଗାଁ ଗଣ୍ଡା ଜାଣିଲେ, ତାଙ୍କ ସ୍ତ୍ରୀ ଘରଛାଡ଼ି ପଳେଇଲା। ବଦନାମ ସହିଲେ। ଶଶୁର ଘର ଲୋକଙ୍କୁ ପଚାରିଲେ। ଗହଣା ପାଇଁ ତାଙ୍କ ସ୍ତ୍ରୀଙ୍କୁ ଶଶୁର ଘର ଲୋକେ କୁଆଡେ ହତ୍ୟା କରି ଫିଙ୍ଗି ଦେଇଛନ୍ତି ବୋଲି ଶୁଣିବାକୁ ପାଇଲେ।

ESCAPE
Advertisment

ଗାଁ ଗଣ୍ଡା ଜାଣିଲେ, ତାଙ୍କ ସ୍ତ୍ରୀ ଘରଛାଡ଼ି ପଳେଇଲା। ବଦନାମ ସହିଲେ। ଶଶୁର ଘର ଲୋକଙ୍କୁ ପଚାରିଲେ। ଗହଣା ପାଇଁ ତାଙ୍କ ସ୍ତ୍ରୀଙ୍କୁ ଶଶୁର ଘର ଲୋକେ କୁଆଡେ ହତ୍ୟା କରି ଫିଙ୍ଗି ଦେଇଛନ୍ତି ବୋଲି ଶୁଣିବାକୁ ପାଇଲେ। ବାସ୍ ତା’ ପରେ ନିଖୋଜ ଓ ହତ୍ୟା ଘଟଣାର ତଦନ୍ତ ଚାଲିଲା। ଅଡୁଆ ସୂତାର ଖିଅ ଖୋଜୁଥିଲା ପୁଲିସ। ଆଉ ସ୍ୱାମୀ ନିଜ ଫୋନ ଅଣ୍ଡାଳୁଥିଲା। ଏତିକିବେଳେ ଗୋଟାଏ ଓଟିପି ଘଟଣାର ଦୃଶ୍ୟପଟ୍ଟକୁ ପୂରା ବଦଳାଇ ଦେଲା। ଓଟିପି ହିଁ କହିଦେଲା ତାଙ୍କ ସ୍ତ୍ରୀ ଏବେ ବି ବଞ୍ଚିଛି।

Advertisment

ଘଟଣା ହେଉଛି ଉତ୍ତରପ୍ରଦେଶର। ମୁଖ୍ୟ ଚରିତ୍ର ପ୍ରିୟଙ୍କା ପ୍ରଜାପତି ଓ ତାଙ୍କ ସ୍ବାମୀ ସନ୍ଦୀପ କୁମାର। ୨୦୧୭ ମେ’ ୧୪ରେ ହୋଇଥିଲା ବାହାଘର। ତା’ ପରେ କୋଳକୁ ଆସିଲା ପୁଅଟିଏ। ବାହାଘର ୭ ବର୍ଷ ପରେ ସ୍ବାମୀସ୍ତ୍ରୀ ଭିତରେ ଖିଟପିଟ୍ ଆରମ୍ଭ ହୁଏ। ଏହାରି ଭିତରେ ନିଜ ଛୁଆକୁ ଧରି ସ୍ବାମୀଙ୍କୁ ଛାଡି ବାପଘରକୁ ପଳାନ୍ତି ପ୍ରିୟଙ୍କା। ସାଥିରେ ନେଇଯାଆନ୍ତି ଲକ୍ଷାଧିକ ଟଙ୍କାର ଗହଣା। କିନ୍ତୁ ପ୍ରିୟଙ୍କାଙ୍କ ବିଚଳିତ ମନ ତାଙ୍କୁ ସେଠାରେ ବି ରହିବାକୁ ଦିଏନି। ସେଠାରୁ ସେ କେଉଁଆଡ଼େ ପଳାନ୍ତି।

ଚହଲ ପଡିଯାଏ ଗହଣା ପାଇଁ ପ୍ରିୟଙ୍କାଙ୍କୁ ତାଙ୍କ ବାପା ହତ୍ୟା କରି ନଈରେ ଫିଙ୍ଗି ଦେଇଛନ୍ତି। ଏ ଘଟଣା ସନ୍ଦୀପଙ୍କ କାନରେ ପଡିବା ପରେ ସେ ପୁଲିସର ଦ୍ବାରସ୍ଥ ହୁଅନ୍ତି। ନିଖୋଜ ପରେ ହତ୍ୟା ମାମଲା ରୁଜୁ କଲେ ପୁଲିସ। ଆଉ ଏତିକି ବେଳେ ପ୍ରିୟଙ୍କାର ଆଧାର ଅପଡେଟ୍ ପାଇଁ ଗୋଟିଏ ଓଟିପି ସନ୍ଦୀପଙ୍କ ଫୋନକୁ ଆସେ। ଚମକିପଡନ୍ତି ସମସ୍ତେ। ପୁଲିସ ତଦନ୍ତର ଦିଗ ବଦଳେ।

Advertisment

ରାଜସ୍ଥାନରେ ପ୍ରିୟଙ୍କାଙ୍କୁ ଜୀବନ୍ତ ଠାବ କରିବା ପରେ, ସତ ଶୁଣି ତାଜୁବ ହୁଏ ପୁଲିସ। ସ୍ବାମୀଙ୍କୁ ଛାଡିଯିବା ପରେ ପ୍ରିୟଙ୍କା ବାରମ୍ବାର ଆତ୍ମହତ୍ୟା ଉଦ୍ୟମ କରି ବିଫଳ ହୁଅନ୍ତି। ଚାଲି ଯାଆନ୍ତି ଅଯୋଧ୍ୟା। ଏଇଠି ତାଙ୍କ ସହ ମଙ୍ଗଳ ନାମକ ଜଣେ ଯୁବକ ଭେଟନ୍ତି। ପ୍ରେମରେ ପଡନ୍ତି। ଦୁହେଁ ସ୍ବାମୀ ସ୍ତ୍ରୀର ପରିଚୟ ନେଇ  ରାଜସ୍ଥାନରେ ରହୁଥିଲେ। ପୁଲିସ ସେମାନଙ୍କ ଠିକଣା ପାଇବା ପରେ ସତ ପଦାକୁ ଆସିଛି। ଆଉ ଶେଷ ଖବର ସୁଦ୍ଧା ସନ୍ଦୀପ ନିଜ ପୁଅକୁ ପାଖରେ ରଖିବାକୁ ପୁଲିସ ପାଖରେ ନିବେଦନ କରିଥିବା ବେଳେ ପରିବାର ଲୋକେ ପ୍ରିୟଙ୍କାଙ୍କ ସହ ସବୁ ସମ୍ପର୍କ ଛିନ୍ନ କରିଛନ୍ତି।  

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe