Advertisment

ପାଣି ଅଭାବରୁ ଧାନ ଫସଲ ନଷ୍ଟ, ବେକରେ ରଶି ଲଗାଇ ଆତ୍ମହତ୍ୟା କଲେ ଚାଷୀ

‘ପାଣି ଅଭାବରୁ ଫସଲ ନଷ୍ଟ ହୋଇଯାଉଥିବା ଦେଖି ମାସେ ହେଲାଣି ଚିନ୍ତିତ ଥିଲେ। ଠିକ୍‌ରେ ଖିଆପିଆ ମଧ୍ୟ କରୁ ନଥିଲେ।’

Farmer

Farmer

Advertisment

ଜଳ ଅଭାବରୁ ଧାନ ଫସଲ ଉଜୁଡ଼ି ଯିବାରୁ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣାଟି ଘଟିଛି ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଓସ୍ତପଡ଼ାରେ। ମୃତ ଚାଷୀଙ୍କ ନାଁ ଗୋବିନ୍ଦ ସାହୁ।

Advertisment

ଗୋବିନ୍ଦଙ୍କ ପୁଅ ବିକ୍ରମ ସାହୁ କହିଛନ୍ତି ଯେ ସେମାନଙ୍କର ୫ ଏକର ଚାଷ ଜମି ଅଛି। ସେଥିରେ ଧାନ ଚାଷ କରାଯାଇଛି। ତେବେ ଜଳ ସେଚନର ସୁବିଧା ନଥିବାରୁ ଧାନ ଫସଲ ନଷ୍ଟ ହୋଇଗଲାଣି। ଋଣ କରି ସେମାନେ ଚାଷ କରିଥିଲେ। ପାଣି ଅଭାବରୁ ଫସଲ ନଷ୍ଟ ହୋଇଯାଉଥିବା ଦେଖି ତାଙ୍କ ବାପା ମାସେ ହେଲାଣି ଚିନ୍ତିତ ଥିଲେ। ଠିକ୍‌ରେ ଖିଆପିଆ ମଧ୍ୟ କରୁ ନଥିଲେ। ଆଉ ଶେଷରେ ଆଜି ଏମିତି ଏକ ପଦକ୍ଷେପ ନେଇଛନ୍ତି। ଫସଲ ନଷ୍ଟ ହୋଇଯାଉଥିବାରୁ ଋଣ କେମିତି ପରିଶୋଧ କରିବେ, ସେ ସେହି ଚିନ୍ତାରେ ରହୁଥିଲେ।

ଗାଁର ଜଣେ ଚାଷୀ ବୈରାଗୀ ଚରଣ ଷଣ୍ଡ କହିଛନ୍ତି, ଆମର ଏଠାରେ ଏବେ କୌଣସି ବିଲରେ ପାଣି ନାହିଁ। ପ୍ରାୟ ବିଲରେ ଧାନ ଗଛ ମରିଗଲାଣି। ଏଠି ଜଳ ସେଚନର କୌଣସି ସୁବିଧା ନାହିଁ। ଯେଉଁଠି ପାଣି ଅଛି, ସେଠାରେ କେବଳ ଯେଉଁମାନଙ୍କର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ଅଛି, ସେମାନେ ପମ୍ପ ଲଗାଇ ପାଣି ଉଠାଇ ଚାଷ କରୁଛନ୍ତି। ଅନ୍ୟମାନଙ୍କ ପାଖରେ ପଇସା ନଥିବାରୁ ପମ୍ପ ଲଗାଇ ପାଣି ମଡ଼ାଇ ପାରୁ ନାହାନ୍ତି। ସେଥିପାଇଁ ଆଜି ଆମର ଜଣେ ଚାଷୀ ଭାଇ ଆତ୍ମହତ୍ୟା କରି ଦେଇଛନ୍ତି।

Advertisment
Irrigation Farmer Suicide
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe