Advertisment

କରଜ ସୁଝି ନ ପାରିବାରୁ ଜୀବନ ହାରିଲେ ଚାଷୀ!

ଘରେ କେହି ନଥିବା ସମୟରେ ଆଜି ପାଇଖାନା ଭିତରେ ବେକରେ ରଶି ଲଗାଇ କେଶବ ମଲିକ ଝୁଲିପଡ଼ିଥିଲେ।

Ambulance

Ambulance

Advertisment

ଋଣ ସୁଝି ନପାରିବାରୁ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଚାଷୀଙ୍କ ନାଁ କେଶବ ମଳିକ। ତାଙ୍କ ଘର ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଖୁରୁସିଆ ଗାଁରେ।

Advertisment

ଘରେ କେହି ନଥିବା ସମୟରେ ଆଜି ପାଇଖାନା ଭିତରେ ବେକରେ ରଶି ଲଗାଇ କେଶବ ମଲିକ ଝୁଲିପଡ଼ିଥିଲେ ବୋଲି ଅଭିଯୋଗ ହୋଇଛି। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି କାମାକ୍ଷାନଗର ଡାକ୍ତରଖାନା ଆଣିଥିଲେ। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

କେଶବ ନିଜ ଜମି ସହିତ କିଛି ଭାଗଚାଷ ମଧ୍ୟ କରୁଥିଲେ। କେଶବଙ୍କ ପୁଅ କହିଛନ୍ତି, ବାପା ଧାନ ଚାଷ କରିଥିଲେ। ସେଥିପାଇଁ ବିଭିନ୍ନ ସୂତ୍ରରୁ ଲକ୍ଷାଧିକ ଟଙ୍କା ଋଣ କରିଥିଲେ। କିଛି ଘରୋଇ ସଂସ୍ଥାରୁ ସେ ଋଣ କରିବା ସହିତ କିଛି ଲୋକଙ୍କ ଠାରୁ ହାତ ଉଧାରି ମଧ୍ୟ ଆଣିଥିଲେ। କିନ୍ତୁ ଧାନ ଭଲ ହେଲା ନାହିଁ। ତେଣୁ ଋଣ ସୁଝିବା ନେଇ ସମସ୍ୟା ଦେଖା ଦେଲା। ସେ କିଛି ପରିମାଣରେ ଋଣ ସୁଝି ଥିଲେ। କିନ୍ତୁ ତା’ପରେ ଆଉ ପାରିଲେନି। ଅନ୍ୟପକ୍ଷରେ ଋଣ ଅର୍ଥ ଫେରାଇବାକୁ ଘରୋଇ ସଂସ୍ଥାଗୁଡ଼ିକ ମଧ୍ୟ ଚାପ ପକାଉଥିଲେ। ସଂସ୍ଥାଗୁଡ଼ିକର କର୍ମଚାରୀ ଘରକୁ ଆସୁଥିଲେ। ଟଙ୍କା ନଦେଲା ପର୍ଯ୍ୟନ୍ତ ଘରୁ ଯିବେ ନାହିଁ ବୋଲି କହୁଥିଲେ। ତେଣୁ ଋଣ ସୁଝି ନପାରିବାର ଚାପରେ ସେ ଆତ୍ମହତ୍ୟା କରି ଦେଇଛନ୍ତି।

Advertisment
Farmer Suicide
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe