Advertisment

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ; ଛିଡିଗଲା ବାମ ହାତ ପାପୁଲି

ଅଜିତଙ୍କ ନାଁରେ ବହୁ ଅପରାଧିକ ମାମଲା ଥିବା ସୂଚନା ମିଳିଛି।

author-image
Tapaswini Nayak
Attack

Attack

ଦୁର୍ବୃତ୍ତ ମରଣାନ୍ତକ ଆକ୍ରମଣରେ କଟିଗଲା ଜଣେ ଯୁବକଙ୍କ ବାମ ହାତର ପାପୁଲି। ଗୁରୁତର ଅବସ୍ଥାରେ ଯୁବକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏପରି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲାରେ। ଆହତ ଯୁବକ ଜଣଙ୍କ ହେଲେ ବ୍ରହ୍ମପୁର ବଡ଼ବଜାର ଥାନା ଅଞ୍ଚଳରେ ଅଜିତ ନାୟକ।

Advertisment

ଗତକାଲି ସନ୍ଧ୍ୟାରେ ୪ରୁ୫ ଜଣ ଯୁବକଙ୍କ ସହ ମଦ ପିଉଥିଲେ ଅଜିତ। କୌଣସି କଥାକୁ ସଂପୃକ୍ତ ଯୁବକଙ୍କ ସହ ଅଜିତଙ୍କର ବଚସା ହୋଇଥିଲା। ପରେ ସେମାନେ ଅଜିତଙ୍କୁ ସଂଘବନ୍ଧ ଭାବେ ଆକ୍ରମଣ କରିଥିଲେ। ଅଜିତଙ୍କ ଶରୀରରେ ବିଭିନ୍ନ ସ୍ଥାନରେ ଗଭୀର ଅଘାତ ଲାଗିଛି। ଏଥିସହ ଦୁର୍ବୃତ୍ତମାନେ   ଖଣ୍ଡାରେ ଅଜିତଙ୍କ ପାପୁଲିକୁ ହାଣି ଦେଇଛନ୍ତି। ପରେ ଅଜିତ ରକ୍ତ ଜୁଡ଼ୁବୁଡୁ ଅବସ୍ଥାରେ ରାସ୍ତା ଉପରେ ପଡ଼ିଥିବା ବେଳେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ।

ଅଜିତ ରକ୍ତ ଜୁଡ଼ୁବୁଡୁ ଅବସ୍ଥାରେ ପଡ଼ିଥିବା ଅବସ୍ଥାରେ ପୁଲିସ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ଅଜିତଙ୍କୁ କେଉଁ କାରଣ ପାଇଁ ଯୁବକମାନେ ମରଣାନ୍ତକ ଆକ୍ରମଣ କଲେ ତାର କାରଣ ଜଣାପଡ଼ିନାହିଁ। ପୂର୍ବ ଶତ୍ରୁତା ନା ଅନ୍ୟ କିଛି କାରଣ ରହିଛି ତାହା ଜଣାପଡ଼ିନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି। ଅଜିତଙ୍କ ନାଁରେ ବହୁ ଅପରାଧିକ ମାମଲା ଥିବା ସୂଚନା ମିଳିଛି।

Advertisment
Ganjam Murder