Advertisment

ପୂର୍ବ ଶତ୍ରୁତାକୁ ନେଇ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ଆକ୍ରମଣରେ ରାଜଧାନୀ ପଥରବନ୍ଧ ବସ୍ତିର ପି.ଅନନ୍ତ.ରେଡ୍ଡୀ ଗୁରୁତର ଆହାତ ହୋଇଛନ୍ତି।

author-image
Biswajit Samal
ଅଦ୍ୟତନ ହୋଇଛି
P. Anantha Reddy

P. Anantha Reddy

ପୂର୍ବ ଶତ୍ରୁତାରୁ ରାଜଧାନୀରେ ଗୋଷ୍ଠୀ ସଂଘର୍ଷ। ସାମାନ୍ୟ କଥାକୁ କେନ୍ଦ୍ରକରି ପଥରବନ୍ଧ ବସ୍ତିରେ ୨ ଜଣ ଯୁବକକୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି।

Advertisment

ଏହି ଆକ୍ରମଣରେ ରାଜଧାନୀ ପଥରବନ୍ଧ ବସ୍ତିର ପି.ଅନନ୍ତ.ରେଡ୍ଡୀ ଗୁରୁତର ଆହାତ ହୋଇଛନ୍ତି। ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତାଙ୍କର ମୁଣ୍ଡରେ ଖଣ୍ଡା ଚୋଟ ବାଜିଥିବା ବେଳେ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଥିବା ଦେଖିବାକୁ ମିଳିଛି। ଅନ୍ୟ ଜଣେ ମଧ୍ୟ ଆହତ ହୋଇ ଚିକିତ୍ସିତ ହେଉଛନ୍ତି।

ଅଭିଯୋଗ ପରେ ସହିଦନଗର ଥାନା ରେ ୩ ଜଣ ଅଟକ ଅଛନ୍ତି। ଘଟଣାସ୍ଥଳରେ ଛାନଭିନ ଚଳାଇଛି ସହିଦନଗର ଥାନା ପୁଲିସ। ତେବେ ଏହି ଗଣ୍ଡଗୋଳକୁ କେନ୍ଦ୍ର କରି ବସ୍ତି ଭିତରେ ଚାପା ଉତ୍ତେଜନା ଲାଗିରହିଥିଲା।

Advertisment
Crime