Advertisment

ପଞ୍ଚମ ପାସ୍‌ ମହା ଧୂର୍ତ୍ତ; ଚାକିରି ଲୋଭ ଦେଖାଇ ଠକି ସାରିଲେଣି ୨ କୋଟି

କାହାକୁ ଚାକିରିର ପ୍ରଲୋଭନ ତ କାହାକୁ ମଦ ବାର୍‌, ଗ୍ୟାସ୍‌ ଡିଲରସିପ୍‌, ଛତୁଆ ଏଜେନ୍ସି, ପେଟ୍ରୋଲ ପମ୍ପ କରାଇ ଦେବାର ପ୍ରତିଶ୍ରୁତି। ଗତ ୫ ବର୍ଷ ଧରି ଏପରି ପ୍ରତିଶ୍ରୁତି ଦେଇ ବ୍ୟକ୍ତିଜଣକ ଲୁଟି ସାରିଲେଣି ୨ କୋଟି ଊର୍ଦ୍ଧ୍ୱ ଟଙ୍କା।

Arrest

Arrest

Advertisment

କାହାକୁ ଚାକିରିର ପ୍ରଲୋଭନ ତ କାହାକୁ ମଦ ବାର୍‌, ଗ୍ୟାସ୍‌ ଡିଲରସିପ୍‌, ଛତୁଆ ଏଜେନ୍ସି, ପେଟ୍ରୋଲ ପମ୍ପ କରାଇ ଦେବାର ପ୍ରତିଶ୍ରୁତି। ଗତ ୫ ବର୍ଷ ଧରି ଏପରି ପ୍ରତିଶ୍ରୁତି ଦେଇ ବ୍ୟକ୍ତିଜଣକ ଲୁଟି ସାରିଲେଣି ୨ କୋଟି ଊର୍ଦ୍ଧ୍ୱ ଟଙ୍କା। ଏପରି ମହାଠକଙ୍କ ଶିକ୍ଷାଗତ ଯୋଗ୍ୟତା ମାତ୍ର ପଞ୍ଚମ ହୋଇଥିବା ବେଳେ କଥା କିନ୍ତୁ ଆକାଶଛୁଆଁ। କେତେବେଳେ ଚିଫ୍‌ ସେକ୍ରେଟାରୀ ତ କେତେବେଳେ ଡିଜି ବି ଚିହ୍ନା ପରିଚୟ ଥିବା କହିବାକୁ ପଛାଇ ନାହାନ୍ତି। ପାଠ ନ ପଢ଼ି ବି ଲୋକଙ୍କୁ ହାଇକୋର୍ଟର ଫେକ୍‌ ଅର୍ଡର ଦେଖାଇ ଭୂଆଁ ବୁଲାଇବାକୁ ପଛାଇ ନାହାନ୍ତି। ମାତ୍ର ଏପରି କରି ୫ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେଲା ଭୂଆଁ ବୁଲାଇ ସାରିଥିବା ଏପରି ମହା ଧୂର୍ତ୍ତଙ୍କୁ ଶେଷରେ ବାନ୍ଧିଛି ପୁଲିସ୍‌।

Advertisment

ଏପରି ଏକ ଘଟଣା ବାଲେଶ୍ୱର ଜିଲ୍ଲା ସୋର ଥାନା ଅଞ୍ଚଳରେ ଘଟିଛି। ଗିରଫ ହୋଇଥିବା ମହା ଠକଜଣକ ହେଲେ ମାଣତ୍ରୀ ଗାଁର ରମେଶ ପାଢ଼ୀ । ରମେଶଙ୍କ ନାଁରେ ସୋର ଓ କେନ୍ଦୁଝର ଟାଉନ୍‌ ଥାନାରେ ପ୍ରାୟ ୧୦ରୁ ଊର୍ଦ୍ଧ୍ୱ ମାମଲା ରୁଜୁ ହୋଇଥିବା ବେଳେ ତାଙ୍କ ମିଥ୍ୟା ପ୍ରତିଶ୍ରୁତି ଜାଲରେ ସେ ପ୍ରାୟ ୬୦ରୁ ଊର୍ଦ୍ଧ୍ୱ ଜଣଙ୍କୁ ଫସାଇ ସାରିଥିବା ଜଣାଯାଇଛି। ସୋର ପୁଲିସ ରମେଶଙ୍କୁ ପଚରାଉଚରା କରିବା ପରେ ସେ ପାଖାପାଖି ୨କୋଟି ୬ଲକ୍ଷ ଟଙ୍କା ଠକି ନେଇଥିବା ଜାଣିବାକୁ ମିଳିଛି।

ରମେଶଙ୍କ ପୁଅ ସୋରର ଏକ ଘରୋଇ ବ୍ୟାଙ୍କରେ ଚାକିରି କରୁଥିଲେ। ତାଙ୍କ ବାପାଙ୍କର ବହୁ ବଡ଼ ବଡ଼ ଅଧିକାରୀ ଚିହ୍ନା ଥିବାରୁ କୋଅପରେଟିଭ ବ୍ୟାଙ୍କରେ ଚାକିରି କରାଇଦେବାକୁ ଲୋଭ ଦେଖାଇଥିଲେ। ଏଥିନିମନ୍ତେ ସେ ନିଜ ସହକର୍ମୀମାନଙ୍କଠାରୁ ୨୦୧୯ ମସିହାରେ ୩ ଲକ୍ଷ ଲେଖା ଆଦାୟ କରିଥିଲେ। ଏହିପରି ଭାବେ ସେ ପ୍ରାୟ ୨୦ରୁ ଊର୍ଦ୍ଧ୍ୱ ଜଣଙ୍କଠାରୁ ଚାକିରି କରାଇ ଦେବାକୁ କହି ଟଙ୍କା ଲୁଟିଛନ୍ତି।

Advertisment

ମାତ୍ର ଦୀର୍ଘ ଦିନ ପର୍ଯ୍ୟନ୍ତ ଚାକିରି ନ ହେବାରୁ ଧୂର୍ତ୍ତ ରମେଶ ଉକ୍ତ ଯୁବକମାନଙ୍କୁ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରକୁ ନେଇଥିଲେ। ଏହାପରେ ହାଇକୋର୍ଟରେ ରିଟ୍‌ ପିଟିଶନ ଦାଖଲ କରିଥିଲେ। ଏହାପରେ ବି ଚାକିରି ନ ହେବାରୁ ଯୁବକମାନେ ଟଙ୍କା ଫେରାଇ ଦେବାକୁ କହିଥିଲେ। ଏହାପରେ ରମେଶ କିଛି ଯୁବକଙ୍କୁ କିଛି କିଛି ଟଙ୍କା ଫେରାଇଥିବା ବେଳେ ଅଉ କାହାକୁ ଧରା ଛୁଆଁ ଦେଇ ନ ଥିଲେ।

କେବଳ ଚାକିରି ନୁହେଁ କାହାକୁ ପେଟ୍ରୋଲ ପମ୍ପ, କିରୋସିନ ଡିଲରସିପ୍‌, ଗ୍ୟାସ ଡିଲର, ଛତୁଆ ଏଜେନ୍ସି, ମଦ କାଉଣ୍ଟର ଓ ଜମି ଦେବାକୁ କହି ବି ଟଙ୍କା ଆଦାୟ କରିଥିଲେ ରମେଶ ପାଢ଼ୀ । କେତେବେଳେ ନିଜକୁ ମୁଖ୍ୟ ଶାସନ ସଚିବଙ୍କ ସମ୍ପର୍କିୟ ତ ପୁଣି କେତେବେଳେ ଜିଲ୍ଲାପାଳଙ୍କ ପାଖ ଲୋକ କହି ଫେକ୍ ଚିଠି ବି ଦେଖାଉଥିଲା। ହାଇକୋର୍ଟର ଫେକ୍ ଅର୍ଡର ଦେଖାଇ ବି ସେ ଲୋକଙ୍କ ବିଶ୍ୱାସଭାଜନ ହେଉଥିଲେ। ରମେଶ ବହୁ ଚତୁରତାର ସହିତ ଅନେକ ଲୋକଙ୍କୁ ଠକିଥିବା ବେଳେ ଜଣେ ବିଧାୟକ ଓ ଜଣେ ବିଧାୟକଙ୍କ ସମ୍ପର୍କୀୟ ରହିଛନ୍ତି l

ଏନେଇ ତାଙ୍କ ନାଁରେ ବହୁ ଅଭିଯୋଗ ଆସିବା ପରେ ସୋର ପୁଲିସ୍‌ ଏକ ଟିମ୍‌ ଗଠନ କରିଥିଲା। ଏହାପରେ ଗତକାଲି ସୋର ପୁଲିସ୍‌ ରମେଶଙ୍କୁ ବାନ୍ଧିଥିବା ଜଣାଯାଇଛି। ଏହି ଘଟଣାରେ ରମେଶଙ୍କ ଅନ୍ୟ ଜଣେ ସହଯୋଗୀ ବି ଗିରଫ ହୋଇଛନ୍ତି।

ଏହି ଘଟଣାରେ ସମ୍ପୃକ୍ତ ଅନ୍ୟମାନଙ୍କୁ ବି ଖୁବ୍‌ ଶୀଘ୍ର ଗିରଫ କରାଯିବ ବୋଲି ସୋର ଏସଡିପିଓ ସୂଚନା ଦେଇଛନ୍ତି।

Balasore Arrest
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe