Advertisment

୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଲେ ଜିଆରଏସ

ଜିଆରଏସଙ୍କ ସହିତ କମଳାକାନ୍ତ ପ୍ରଧାନ ନାମକ ଜଣେ ବ୍ୟକ୍ତିଙ୍କୁ ବାନ୍ଧିଛି ଭିଜିଲାନ୍ସ।

ଅଦ୍ୟତନ ହୋଇଛି
odisha vigilance

odisha vigilance

Advertisment

ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ସୁନାରିସିକୁଆଁ ପଞ୍ଚାୟତର ଗ୍ରାମ ରୋଜଗାର ସେବକ (ଜିଆରଏସ) ପ୍ରାଣବନ୍ଧୁ ଦଣ୍ଡସେନା। ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ। ତାଙ୍କ ସହିତ କମଳାକାନ୍ତ ପ୍ରଧାନ ନାମକ ଜଣେ ବ୍ୟକ୍ତିଙ୍କୁ ବାନ୍ଧିଛି ଭିଜିଲାନ୍ସ। ସେ ସୁନାରିସିକୁଆଁ ପଞ୍ଚାୟତର ବାସିନ୍ଦା।

Advertisment

ଏମ୍‌ଜିଏନ୍‌ଆରଇଜି ଯୋଜନାର କିଛି ହିତାଧିକାରୀଙ୍କ ନାଁ ମଷ୍ଟର ରୋଲରେ ଚଢ଼ାଇବା ଓ ବକେୟା ଟଙ୍କା ପ୍ରଦାନ କରିବା ପାଇଁ ଜିଆରଏସ୍ ପ୍ରାଣବନ୍ଧୁ ଦଣ୍ଡସେନା ଲାଞ୍ଚ ମାଗିଥିଲା। କମଳାକାନ୍ତ ପ୍ରଧାନଙ୍କ ମାଧ୍ୟମରେ ସେ ଲାଞ୍ଚ ମାଗିଥିଲେ। ଆଜି ଜଣେ ଅଭିଯୋଗକାରୀଙ୍କ ଠାରୁ ସେ କମଳାକାନ୍ତଙ୍କ ମାଧ୍ୟମରେ ସେ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀଙ୍କ ଦ୍ୱାରା ଧରାପଡ଼ିଥିଲେ। ସମସ୍ତ ଲାଞ୍ଚ ଅର୍ଥ କମଳାକାନ୍ତ ପ୍ରଧାନଙ୍କ ଠାରୁ ଜବତ କରିଥିଲେ ଭିଜିଲାନ୍ସ ଅଧିକାରୀ।

ଏହି ମାମଲାରେ ଭିଜିଲାନ୍ସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।

Odisha Vigilance Vigilance Raid Vigilance Net Bribe
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe