Advertisment

୨ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ, ପ୍ରଧାନଶିକ୍ଷକ ଅଟକ

୨ ଛାତ୍ରୀଙ୍କ ମଧ୍ୟରୁ ଜଣେ ଷଷ୍ଠ ଶ୍ରେଣୀରେ ପଢୁଥିବା ବେଳେ ଅନ୍ୟ ଜଣେ ସପ୍ତମ ଶ୍ରେଣୀରେ ପଢୁଛନ୍ତି।

author-image
Jitendra Garnayak
undefined

Rape

ଦୁଇ ଜଣ ଛାତ୍ରୀଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଜଣେ ପ୍ରଧାନଶିକ୍ଷକଙ୍କୁ ଅଟକ ରଖିଛି ପୁଲିସ୍। ଘଟଣାଟି ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ଅଞ୍ଚଳରେ ଥିବା ଏକ ସ୍କୁଲରେ। 

Advertisment

ଦୁଷ୍କର୍ମ ଅଭିଯୋଗ ଆଣିଥିବା ଦୁଇ ଛାତ୍ରୀଙ୍କ ମଧ୍ୟରୁ ଜଣେ ଷଷ୍ଠ ଶ୍ରେଣୀରେ ପଢୁଥିବା ବେଳେ ଅନ୍ୟ ଜଣେ ସପ୍ତମ ଶ୍ରେଣୀରେ ପଢ଼ନ୍ତି। ସେମାନଙ୍କ ଅଭିଯୋଗ ଅନୁଯାୟୀ, ଗତ ୧୬ ତାରିଖରେ ଘଟିଥିଲା ଏହି ଘଟଣା।

ପ୍ରଧାନଶିକ୍ଷକ ପ୍ରଦୀପ ପ୍ରଧାନ ଦିନ ପ୍ରାୟ ସାଢ଼େ ୧୨ଟା ବେଳେ ସେମାନଙ୍କୁ ଏକ ନିରୋଳା ଶ୍ରେଣୀ ଗୃହକୁ ଡାକି ନେଇଥିଲେ। ସେଠାରେ ସେ ସେମାନଙ୍କୁ ଦୁଷ୍କର୍ମ କରିଥିଲେ। 

Advertisment

ଛାତ୍ରୀ ଦ୍ୱୟ ଘଟଣା ସଂପର୍କରେ ନିଜ ନିଜ ପରିବାର ଲୋକଙ୍କୁ କହିଥିଲେ। ଏହା ପରେ ପରିବାର ଲୋକେ ରାଜନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ। 

ଅଭିଯୋଗ ପାଇବା ପରେ ପୁଲିସ୍ ପ୍ରଧାନଶିକ୍ଷକ ପ୍ରଦୀପ ପ୍ରଧାନଙ୍କୁ ଆଜି ଥାନାରେ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି।   

Rape Minor Raped