Advertisment

ଝିଙ୍କ ଶିକାର କରି ପ୍ରଧାନ ଶିକ୍ଷକ ଗିରଫ, ମାଂସ ଓ ବନ୍ଧୁକ ଜବତ

ଶିମିଳିପାଳ ଅଭୟାରଣ୍ୟର ନିଷିଦ୍ଧାଞ୍ଚଳରେ ପ୍ରଧାନ ଶିକ୍ଷକଙ୍କ ସହିତ ତାଙ୍କର ଜଣେ ସହଯୋଗୀ ଶିକାରୀଙ୍କୁ ଗିରଫ କରିଥିଲା ବନ ବିଭଗ।

ଅଦ୍ୟତନ ହୋଇଛି
Accused

Accused

Advertisment

ଶିମିଳିପାଳ ଅଭୟାରଣ୍ୟରେ ଝିଙ୍କ ଶିକାର କରି ଗିରଫ ହୋଇଛନ୍ତି ଜଣେ ପ୍ରଧାନ ଶିକ୍ଷକ। ତାଙ୍କ ସହିତ ଆଉ ଜଣେ ଶିକାରୀଙ୍କୁ ଗିରଫ କରିଛନ୍ତି ମୟୂରଭଞ୍ଜ ଶିମିଳିପାଳ ଦକ୍ଷିଣ ଡିଭିଜନର ବନ କର୍ମଚାରୀ। ଅଭିଯୁକ୍ତ ଦ୍ୱୟଙ୍କଠାରୁ ଦେଢ଼ କେଜି ଝିଙ୍କ ମାଂସ, ୮୮ଟି ଝିଙ୍କ କାଠି, ଗୋଟିଏ ବନ୍ଧୁକ ଏବଂ କିଛି ଧନୁତୀର ଜବତ କରାଯାଇଛି। 

Advertisment

ଝିଙ୍କ ଶିକାର କରି ଗିରଫ ହୋଇଥିବା ପ୍ରଧାନ ଶିକ୍ଷକଙ୍କ ନାଁ ବାଇଧର ସୋରେନ। ସେ ମୟୂରଭଞ୍ଜ ଜିଲ୍ଲା ଶାମାଖୁଣ୍ଟା ବ୍ଲକର ହଳଦୀବଣି ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଅଛନ୍ତି। ସେହିପରି ଗିରଫ ହୋଇଥିବା ତାଙ୍କ ସହଯୋଗୀଙ୍କ ନାଁ ଚାମୁଟୁ ହେମ୍ବ୍ରମ।

ଶିମିଳିପାଳ ଅଭୟାରଣ୍ୟର ନିଷିଦ୍ଧାଞ୍ଚଳରେ ଏହି ଦୁଇ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଝିଙ୍କ ଶିକାର କରିଥିବା ହେତୁ ସେମାନଙ୍କ ନାଁରେ ୧୯୭୨ ବନ୍ୟଜନ୍ତୁ ସୁରକ୍ଷା ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଝିଙ୍କ ସିଡ୍ୟୁଲ ୧ ପ୍ରଜାତିର ହୋଇଥିବା ହେତୁ ଏହାକୁ ଶିକାର କରିବା ଧର୍ତ୍ତବ୍ୟ ଅପରାଧ ବୋଲି କହିଛନ୍ତି ଦକ୍ଷିଣ ଶିମିଳିପାଳର ଉପନିର୍ଦ୍ଦେଶକ ସମ୍ରାଟ ଗୌଡ଼। 

Advertisment

ସେ କହିଛନ୍ତି, କିଛି ଲୋକ ଝିଙ୍କ ମାରିଥିବା ନେଇ ଆମେ ଖବର ପାଇଥିଲୁ। ଖବର ପାଇବା ମାତ୍ରେ ରେଞ୍ଜ ଅଫିସରଙ୍କ ନେତୃତ୍ୱରେ ଏକ ରାପିଡ୍ ଆକ୍ସନ ଫୋର୍ସକୁ ଘଟଣାସ୍ଥଳକୁ ପଠାଯାଇଥିଲା। ସେମାନେ ଦୁଇ ଜଣଙ୍କୁ ଗିରଫ କରିଥିଲେ। ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଜବତ ଝିଙ୍କ ମାଂସ ଓ କାଠିର ନମୂନା ଲାବୋରୋଟାରୀକୁ ପଠାଯାଇଛି।   

ରିପୋର୍ଟ- ବାରିପଦାରୁ ମାନିକ୍ ଲାଲ୍ ପାଣି

Hunter Odisha Forest Department
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe