Advertisment

କନିଷ୍ଠ କିରାଣିଙ୍କର କୋଟିଏ ଟଙ୍କାର ମାର୍କେଟ କମ୍ପ୍ଲେକ୍ସ ଠାବ

ବାଲେଶ୍ୱର ସହରର ଅଙ୍ଗାରଗଡ଼ିଆରେ କନିଷ୍ଠ କିରାଣି ପ୍ରଦୀପ କୁମାର ଦାସଙ୍କର ଏକ ତିନି ମହଲା କୋଠା ଅଛି।

author-image
Jitendra Garnayak
Accused

Accused

ବାଲେଶ୍ୱର ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ କନିଷ୍ଠ କିରାଣି ଭାବେ କାର୍ଯ୍ୟ କରୁଥିବା ପ୍ରଦୀପ କୁମାର ଦାସ ଠୁଳ କରିଛନ୍ତି ପୁଳା ପୁଳା ସଂପତ୍ତି। ତା’ ମଧ୍ୟରେ ରହିଛି ଏକ ମାର୍କେଟ କମ୍ପ୍ଲେକ୍ସ। ଏହାର ଦାମ୍ ୧ କୋଟି ଟଙ୍କାରୁ ଅଧିକ ହେବ। ଏହି ଦୁଇ ମହଲା ବିଶିଷ୍ଟ ମାର୍କେଟ କମ୍ପ୍ଲେକ୍ସରେ ୨୦ଟି ଦୋକାନ ଗୃହ ଅଛି। ଆଜି ଭିଜିଲାନ୍ସ ଚଢ଼ାଉ ପରେ ସାମ୍ନାକୁ ଆସିଛି ଏହି କଥା।

Advertisment

ବାଲେଶ୍ୱର ସହରର ଅଙ୍ଗାରଗଡ଼ିଆରେ କନିଷ୍ଠ କିରାଣି ପ୍ରଦୀପ କୁମାର ଦାସଙ୍କର ଏକ ତିନି ମହଲା କୋଠା ଅଛି। ଏହା ପ୍ରାୟ ୩୭୦୦ ବର୍ଗଫୁଟ ଅଞ୍ଚଳରେ ତିଆରି ହୋଇଛି। ବାଲେଶ୍ୱର ସହରରେ ତାଙ୍କର ଘର କରିବା ଯୋଗ୍ୟ ୬ଟି ମୂଲ୍ୟବାନ ପ୍ଳଟ ଅଛି। ଭିଜିଲାନ୍ସର ବୈଷୟିକ ଟିମ୍ ପକ୍ଷରୁ ଏହି ପ୍ଲଟ୍ ଗୁଡ଼ିକର ମାପଚୁପ ଓ ମୂଲ୍ୟାୟନ ଜାରି ରହିଛି।

ଏସବୁ ସହିତ ପ୍ରଦୀପ କୁମାର ଦାସଙ୍କ ବ୍ୟାଙ୍କ, ବୀମା ଓ ପୋଷ୍ଟାଲ ଜମା ରହିଛି। ଏନେଇ ଭିଜିଲାନ୍ସ ପକ୍ଷରୁ ଅଧିକ ଯାଞ୍ଚ ଚାଲିଛି। ସେହିପରି ତାଙ୍କର ଅନ୍ୟାନ୍ୟ ନିବେଶ ରହିଛି। ଶ୍ରୀ ଦାସଙ୍କର ୨ଟି ଦୁଇ ଚକିଆ ଯାନ ରହିଛି।

Advertisment

ଏହି ମାମଲାରେ ଭିଜିଲାନ୍ସ ପକ୍ଷରୁ ତଦନ୍ତ ଜାରି ରହିଛି। ପୂରା ଯାଞ୍ଚ ପରେ ଶ୍ରୀ ଦାସଙ୍କର ମୋଟ ସଂପତ୍ତି ସଂପର୍କରେ ସବିଶେଷ ତଥ୍ୟ ଆସିପାରିବ।

Vigilance Raid Odisha Vigilance Vigilance Net