Advertisment

କିମ୍ସ ପ୍ରଫେସରଙ୍କ ବିରୋଧରେ ଡାକ୍ତରୀ ଛାତ୍ରଙ୍କ ନିର୍ଯାତନା ଅଭିଯୋଗ

ପରୀକ୍ଷାରେ ପାସ୍ ହେବାକୁ ଦେବେ ନାହିଁ ବୋଲି ମଧ୍ୟ ସେ ଧମକ ଦେଇଥିବା ଦେବୀବ୍ରତ ଅଭିଯୋଗ କରିଛନ୍ତି।

Debibrata Acharya

Debibrata Acharya

Advertisment

ଡାକ୍ତରୀ ଛାତ୍ରଙ୍କୁ ପ୍ରଫେସରଙ୍କ ମାନସିକ ନିର୍ଯାତନା ଅଭିଯୋଗ। ଅଭିଯୋଗ ଆସିଛି ଭୁବନେଶ୍ୱର ସ୍ଥିତ କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନସେସ୍ (କିମ୍ସ)ର ଜଣେ ପ୍ରଫେସରଙ୍କ ବିରୋଧରେ। ବାରିପଦାର ଦେବୀବ୍ରତ ଆଚାର୍ଯ୍ୟ ଆଣିଛନ୍ତି ଏହି ଅଭିଯୋଗ।

Advertisment

କିମ୍ସ ମେଡିକାଲ କଲେଜର ସାଇକ୍ରିଆଟିକ୍ ବିଭାଗର ପିଜି ଶେଷ ବର୍ଷର ଛାତ୍ର ହେଉଛନ୍ତି ଦେବୀବ୍ରତ ଆଚାର୍ଯ୍ୟ। ସେ ଅଭିଯୋଗ କରିଛନ୍ତି ଯେ ନାମ 
ଲେଖାଇବା ଦିନରୁ ହିଁ ବିଭାଗୀୟ ପ୍ରଫେସର୍ ଜୟପ୍ରକାଶ ରୁସେଲ୍ ରାବଣ ତାଙ୍କୁ ବ୍ୟକ୍ତିଗତ କାର୍ଯ୍ୟ କରାଇ ଆସୁଛନ୍ତି। କ୍ଲିନିକ୍ ନେବା ଆଣିବା କରିବା ସହିତ ରାତିରେ ହୋଟେଲରୁ ଘର ପାଇଁ ଖାଦ୍ୟ ମଗାଇବା ଭଳି ବ୍ୟକ୍ତିଗତ କାର୍ଯ୍ୟ କରିବାକୁ ପ୍ରଫେସର ଜୟପ୍ରକାଶ ତାଙ୍କୁ ବାଧ୍ୟ କରୁଥିଲେ। କେବଳ ଏତିକି ନୁହେଁ, ପରୀକ୍ଷାରେ ପାସ୍ ହେବାକୁ ଦେବେ ନାହିଁ ବୋଲି ସେ ଧମକ ବି ଦେଇଥିବା ଦେବୀବ୍ରତ ଅଭିଯୋଗ କରିଛନ୍ତି।

ଗତ ୨ବର୍ଷ ଧରି ପ୍ରଫେସର ଜୟପ୍ରକାଶ ରୁସେଲ୍ ରାବଣ ଦ୍ୱାରା ନିର୍ଯାତିତ ହେବା ପରେ ଗତକାଲି ଛାତ୍ରଙ୍କ ପରିବାର ଲୋକେ ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ, ମେଡିକାଲ୍ ଏଜୁକେସନ୍ ଆଣ୍ଡ ଟ୍ରେନିଂ ନିର୍ଦ୍ଦେଶକ, ଡିଜିପି ଏବଂ ସଂପୃକ୍ତ ମେଡିକାଲ କଲେଜ ଡିନ୍ ଓ ପ୍ରିନସିପାଲଙ୍କୁ ଲିଖିତ ଭାବେ ଅଭିଯୋଗ ଜଣାଇଥିବା କହିଛନ୍ତି।

Advertisment

ଅପରପକ୍ଷେ ପ୍ରଫେସର ଜୟପ୍ରକାଶ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ଛାତ୍ରଛାତ୍ରୀଙ୍କ ଭଲ ପାଇଁ ଆମେ ତାଗିଦ୍ କରିଥାଉ। ତାଙ୍କ ସହ ଓ ତାଙ୍କ ପରିବାର ସହ ଭଲ ସମ୍ପର୍କ ରହିଛି। ନିହାତି କିଛି ଭୁଲ ବୁଝାମଣା ହୋଇଛି। ଆମେ ତା’ର ସମାଧାନ କରିବୁ।

ଦେବୀବ୍ରତ ଆଚାର୍ଯ୍ୟଙ୍କ ଅଭିଯୋଗ ଉପରେ କିମ୍ସ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି। 

KIIMS
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe