Advertisment

ବିପୁଳ ପରିମାଣର ୨ଶହ ଟଙ୍କିଆ ନକଲି ନୋଟ୍ ଜବତ, ଦୁର୍ବୃତ୍ତକୁ ଧରି ତନାଘନା କରୁଛି ପୁଲିସ

ସ୍ୱଚ୍ଛନ୍ଦରେ ଚଳାଇଥିଲା ନକଲି ନୋଟ କାରବାର। ହେଲେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଏହି ଅପରାଧିକ କାର୍ଯ୍ୟ ଚଳାଇଥିବା ଦୁର୍ବୃତ୍ତକୁ ଧରିଛି କଳାହାଣ୍ଡି ଏମ୍‌.ରାମପୁର ଥାନା ପୁଲିସ।

author-image
Niranjan Mishra
ଅଦ୍ୟତନ ହୋଇଛି
fake notes has been seized

fake notes has been seized

ସ୍ୱଚ୍ଛନ୍ଦରେ ଚଳାଇଥିଲା ନକଲି ନୋଟ କାରବାର। ହେଲେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଏହି ଅପରାଧିକ କାର୍ଯ୍ୟ ଚଳାଇଥିବା ଦୁର୍ବୃତ୍ତକୁ ଧରିଛି କଳାହାଣ୍ଡି ଏମ୍‌.ରାମପୁର ଥାନା ପୁଲିସ। ଗିରଫ ବ୍ୟକ୍ତି ଜଣକ କଳାହାଣ୍ଡି ଜିଲ୍ଲା ଏମ୍.ରାମପୁର ଥାନା ଅନ୍ତର୍ଗତ ରିଶିଡ଼ା କୁନ୍ଦେଇପାଲିର ବୀରେନ୍ଦ୍ର ସୁନା। ତା’ ନିକଟରୁ ୧୦୦ ଖଣ୍ଡ ଦୁଇ ଶହ ଟଙ୍କିଆ ନକଲି ନୋଟ୍ ଜବତ କରାଯାଇଛି। ସେ ଏହି ନୋଟ୍‌ କେଉଁଠୁ ଆଣିଲା, କିପରି ଭାବେ ଓ କେଉଁଠି ଏହି ନକଲି ନୋଟ୍‌ ଛପା ଯାଉଛି, ଏହି ନକଲି ନୋଟ୍ କାରବାରରେ ଆଉ କେଉଁମାନେ ଜଡ଼ିତ ଅଛନ୍ତି ତାହା ଜାଣିବାକୁ ପୁଲିସ ତନାଘନା ଜୋରଦାର କରିଛି।

Advertisment

ଏନେଇ ଆଜି କେସିଙ୍ଗା ଏସ୍‌ଡିପିଓ ରୋହିତ ବର୍ମା ସାମ୍ୱାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି, ରିଶିଡ଼ାକୁ ପୁଲିସ ଟିମ୍‌ ପାଟ୍ରୋଲିଂ ପାଇଁ ଯାଇଥିବା ବେଳେ ଏହି ଅଭିଯୁକ୍ତକୁ ଧରିଛନ୍ତି। ଏହି ନକଲି ନୋଟ୍‌ କାରବାର ବାହାର ରାଜ୍ୟରୁ ନେଟ୍‌ ୱାର୍କ କାମ କରୁଥିବା ସନ୍ଦେହ କରାଯାଉଛି। ଯାହାର ବି ଲିଙ୍କ ଥିବା ତଦନ୍ତରେ ଧରାପଡ଼ିବ। ଜବତ ନକଲି ନୋଟ୍‌କୁ ଫରେନ୍‌ସିକ୍ ଯାଞ୍ଚ ନିମନ୍ତେ ମଧ୍ୟ ପଠାଯିବ।

ରିପୋର୍ଟ- କଳାହାଣ୍ଡିରୁ ରାଜକୁମାର ସିଂହଦେଓ

Fake Item Racket Crime Kalahandi Fake Note.