Loot
ନକଲି ଚାବି ତିଆରି କରି ମା’ କାଳୀଙ୍କ ମନ୍ଦିରରୁ କଳାକନା ବୁଲାଇ ଦେଲେ ଚୋର। ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ । ଭୁବନେଶ୍ୱରର ଏଜି ଛକ ପାଖରେ ଥିବା କାଳୀମନ୍ଦିରରେ ଚୋରମାନେ ପଶି ନକଲି ଚାବି ଦ୍ୱାରା ଆଲମାରି ଖୋଲି ମାଆଙ୍କ ଗହଣା ଓ ନଗଦ ୫ହଜାର ଟଙ୍କା ଚୋରି କରି ନେଇଥିବା ଅଭିଯୋଗ ହୋଇଛି। ନକଲି ଚାବି ମାଧ୍ୟମରେ ଚୋର ମାନେ ଏପରି କାଣ୍ଡ ଭିଆଇଥିବା ମନ୍ଦିରର ପୂଜକ ଅଭିଯୋଗ କରିଛନ୍ତି।
ପୁଲିସ ପହଞ୍ଚି ତନାଘନା ଆରମ୍ଭ କରିଛି । ତେବେ ଥାନା ପାଖରୁ ମାତ୍ର ଶହେ ମିଟର ଦୂରରେ ମନ୍ଦିର ଥିବା ବେଳେ କିପରି ଚୋରି ହେଲା ଓ ପୁଲିସ କିପରି ଜାଣିପାରିଲା ନାହିଁ ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହାସହ ପୁଲିସର କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠିଛି ।
ପୂଜକ ଇନ୍ଦ୍ରମଣି ପଣ୍ଡା କହିଛନ୍ତି, ଆଜି ସକାଳେ ମନ୍ଦିରକୁ ଆସି ଦେଖିଲା ବେଳକୁ ମନ୍ଦିର ଗେଟର ତାଲା ଭଙ୍ଗା ହୋଇ ପଡ଼ିଥିଲା। ପରେ ଭିତରକୁ ଯାଇ ଦେଖିଲା ବେଳୁ ଆଲମାରି ଖୋଲାପଡ଼ିଥିଲା। ଚୋରମାନେ ଲକ୍ର ଭାଙ୍ଗି ମା’ଙ୍କ ସୁନା ହାର ଓ ମୁକଟ ନେଇ ଯାଇଛନ୍ତି। ଏହାସହ ଲକ୍ରରେ ଥିବା ୫୦୦୦ ଟଙ୍କା ମଧ୍ୟ ନେଇଯାଇଛନ୍ତି। ମୁଁ ଏନେଇ ପୁଲିସକୁ ଜଣାଇଥିଲେ। ପୁଲିସ ଘଟଣାର ଛାନଭିନ୍ ଆରମ୍ଭ କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Loot_1692593532.jpg)