Advertisment

ନ୍ୟୁଡ୍‌ କଲ୍‌ର କରୁଣ ପରିଣତି, ପେଟକୁ କଇଁଚିରେ ୨୫ରୁ ଅଧିକ ଥର ଭୁସି ଆତ୍ମହତ୍ୟା ଉଦ୍ୟମ

ଅଚେତ ଅବସ୍ଥାରେ ଦଣ୍ଡଧରଙ୍କୁ ତାଙ୍କ ଦୋକାନରୁ ଉଦ୍ଧାର କରାଯାଇ ଏକ ଘରୋଇ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଅସ୍ତ୍ରୋପଚାର କରାଯାଇଛି।

author-image
Jitendra Garnayak
Nude Call

Nude Call

ନ୍ୟୁଡ୍‌ କଲ୍‌ ଓ ତତ୍‌ଜନିତ ବ୍ଲାକମେଲିଂ କାରଣରୁ ଜଣେ ବ୍ୟକ୍ତି ତାଙ୍କ ପେଟକୁ କଇଁଚିରେ ୨୫ ଥର ଭୁସି ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଛନ୍ତି। ଘଟଣାଟି ଘଟିଛି ରାଜଧାନୀ ଭୁବନେଶ୍ୱରରେ।

Advertisment

ଆତ୍ମହତ୍ୟା ଉଦ୍ୟମ କରିଥିବା ଏହି ବ୍ୟକ୍ତିଙ୍କ ନାଁ ଦଣ୍ଡଧର  ତାଙ୍କ ଘର ଢେଙ୍କାନାଳରେ। କିନ୍ତୁ ସେ ଭୁବନେଶ୍ୱରର ନୟାପଲ୍ଲୀ ଅଞ୍ଚଳରେ ପତ୍ନୀ ଓ ଦୁଇ ଛୁଆଙ୍କ ସହିତ ରହନ୍ତି। ତାଙ୍କର ଏଠାରେ ଏକ ଦୋକାନ ଅଛି।

୩ ଦିନ ତଳେ ଦଣ୍ଡଧରଙ୍କ ସହ ଫେସବୁକରେ ଚାଟିଂ କରିଥିଲେ ଜଣେ ଯୁବତୀ। ପରେ ଯୁବତୀ ଜଣଙ୍କ ହ୍ୱାଟ୍‌ସଆପ୍‌ରେ ଦଣ୍ଡଧରଙ୍କୁ ଭିଡିଓ କଲ୍ କରିଥିଲେ। ଆଉ ତାହା ଥିଲା ନ୍ୟୁଡ୍‌ କଲ୍‌। ଦଣ୍ଡଧରଙ୍କ ବାରଣ ସତ୍ତ୍ୱେ ଯୁବତୀ ଜଣଙ୍କ ତାଙ୍କ ସହିତ କଥା ହୋଇଥିଲେ ଓ ସେହି ସମୟର ସ୍କ୍ରିନ୍ ଶଟ୍ ନେଇ ଯାଇଥିଲେ। ପରେ ସେ ଦଣ୍ଡଧରଙ୍କୁ ବ୍ଲାକମେଲିଂ କରିଥିଲେ। ସେ ଦଣ୍ଡଧରଙ୍କୁ ମୋଟା ଅଙ୍କର ଟଙ୍କା ମାଗିଥିଲେ। ଏହା ପରେ ଦଣ୍ଡଧର ସାଇବର ଥାନାକୁ ଯାଇଥିଲେ। ତେବେ ଅଭିଯୋଗ ଅନୁଯାୟୀ, ସେଠାରେ ତାଙ୍କୁ ପୁଲିସ ସହଯୋଗ କରିବା ବଦଳରେ ତାଙ୍କ ସହିତ ଥଟ୍ଟାମଜା କରିଥିଲା।

Advertisment

ଏହା ପରେ ଉପାୟଶୂନ୍ୟ ଦଣ୍ଡଧର ନିଜ ପେଟକୁ କଇଁଚିରେ ଭୁସି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଅଚେତ ଅବସ୍ଥାରେ ଦଣ୍ଡଧରଙ୍କୁ ତାଙ୍କ ଦୋକାନରୁ ଉଦ୍ଧାର କରାଯାଇ ଏକ ଘରୋଇ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଅସ୍ତ୍ରୋପଚାର କରାଯାଇଛି।

Odisha Police Commissionerate Police Naked Video Call Whatsapp