Advertisment

ମନିପର୍ସରୁ ମର୍ଡର

ପର୍ସରେ କେତେ ଟଙ୍କା ଥିଲ? ୫୫୦ ନା ୧୩୫୦?

Crowd

Crowd

Advertisment

ମନିପର୍ସରୁ ମହାଭାରତ। ଯୁବକଙ୍କୁ ହତ୍ୟା। ଘଟଣାଟି ଘଟିଛି ବାରିପଦା ସୁନଗଡ଼ିଆରେ।

ଗତକାଲି ଦ୍ୱିପହରେ ସୁନଗଡ଼ିଆରେ ଥିବା ଟିବି ହସ୍ପିଟାଲ ଆଗରୁ ରାମଚନ୍ଦ୍ର ମୁଖି ନାମକ ଜଣେ ଯୁବକ ଏକ ମନିପର୍ସ ପାଇଥିଲେ। ପରେ କିଛି ଯୁବକ ସେଠାରେ ପହଞ୍ଚି ପର୍ସଟି ସେମାନଙ୍କର ବୋଲି ଦାବି କରିଥିଲେ। ରାମଚନ୍ଦ୍ର ପର୍ସଟିକୁ ସେମାନଙ୍କୁ ଫେରାଇ ଦେଇଥିଲେ। ତେବେ ଗଣ୍ଡଗୋଳ ସେତେବେଳେ ଆରମ୍ଭ ହେଲା ଯେତେବେଳେ ଉକ୍ତ ଯୁବକମାନେ ଦାବି କରିଥିଲେ ଯେ ପର୍ସଟିରେ ୧୩୫୦ ଟଙ୍କା ଥିଲା। ରାମଚନ୍ଦ୍ର ମୁଖି ଏହାକୁ ଖଣ୍ଡନ କରିଥିଲେ। ସେ କହିଥିଲେ ଯେ ପର୍ସରେ ୫୫୦ ଟଙ୍କା ଥିଲା। ଏହାକୁ ନେଇ ଦୁଇ ପକ୍ଷ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ଏମିତିକି ମାରପିଟ ମଧ୍ୟ ହୋଇଥିଲେ। ଏହା ପରେ ଉକ୍ତ ଯୁବକମାନେ ସେଠାରୁ ପଳାଇ ଯାଇଥିଲେ।

Advertisment

ପରବର୍ତ୍ତୀ ସମୟରେ ଦୁଇ ପକ୍ଷର ସମର୍ଥକଙ୍କ ମଧ୍ୟରେ ପୁଣି ଯୁକ୍ତିତର୍କ ହୋଇଥିଲା। ତେବେ ସନ୍ଧ୍ୟା ବେଳେ ରାମଚନ୍ଦ୍ର ମୁଖି ଘରକୁ ଫେରୁଥିବା ବେଳେ ମନିପର୍ସ ନେଇଥିବା ଯୁବକମାନେ ତାଙ୍କୁ ଆକ୍ରମଣ କରିଥିଲେ। ସେମାନେ ତାଙ୍କୁ ଛୁରୀରେ ଆକ୍ରମଣ କରିଥିଲେ। ରାମଚନ୍ଦ୍ର ମୁଖିଙ୍କୁ ଗୁରୁତର ଅବସ୍ଥାରେ ବାରିପଦା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।

ଏହି ଘଟଣା ପ୍ରଚାରିତ ହେବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ଅଭିଯୁକ୍ତମାନଙ୍କୁ ଗିରଫ କରିବା ଦାବିରେ ଶହ ଶହ ଲୋକେ ଟାଉନ ଥାନା ସାମ୍ନାରେ ଆସି ରୁଣ୍ଡ ହୋଇଥିଲେ। ସେଠାରେ ପୁଲିସ୍ ଓ ଲୋକଙ୍କ ମଧ୍ୟର ଠେଲାପେଲା ସ୍ଥିତି ଉପୁଜିଥିଲା। ପୁଲିସ୍ ବୁଝାସୁଝା କରିବା ପରେ ସ୍ଥିତି ଶାନ୍ତ ପଡ଼ିଥିଲା। ଏହି ଘଟଣାରେ ପୁଲିସ୍ କିଛି ଯୁବକଙ୍କୁ ଉଠାଇ ଆଣି ପଚରାଉଚରା କରୁଥିବା ଜଣାପଡ଼ିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe