Advertisment

କ୍ୱାକ୍‌ର ଭୁଲ୍ ଇଞ୍ଜେକ୍ସନରେ ଜଣଙ୍କର ମୃତ୍ୟୁ

ପରିବାର ଲୋକେ ଶିବ ମହାନନ୍ଦଙ୍କୁ କଣ୍ଟାବାଞ୍ଜି ଡାକ୍ତରଖାନାକୁ ନେଇଥିଲେ। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

Dead

Dead

Advertisment

କ୍ୱାକ୍‌ ଭୁଲ୍ ଇଞ୍ଜେକ୍ସନ୍ ଦେବାରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଅଭିଯୋଗ ଆସିଛି ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଚନାବାହାଲ ଗାଁରୁ। ମୃତ ବ୍ୟକ୍ତିଙ୍କ ନାଁ ଶିବ ମହାନନ୍ଦ।

Advertisment

ଆଜି ସକାଳେ ଶିବ ତାଙ୍କ ଘରେ ଟାଙ୍ଗିଆର ଏକ କାଠକୁ ଦୁଇ ଫାଳ କରୁଥିଲେ। ଏହି ସମୟରେ ଟାଙ୍ଗିଆ ତାଙ୍କ ଗୋଡ଼ରେ ବାଜିଥିଲା ଓ ପ୍ରଚୁର ରକ୍ତସ୍ରାବ ହୋଇଥିଲା। ଫଳରେ ପରିବାର ଲୋକେ ନିକଟସ୍ଥ ବାଗବାହାଲି ଗାଁର କ୍ୱାକ୍‌ ପ୍ରମୋଦ କୁମାର ମହାକୁରଙ୍କୁ ଖବର ଦେଇଥିଲେ। ସେ ଘରକୁ ଆସି ଶିବ ମହାନନ୍ଦଙ୍କୁ ଏକ ଇଞ୍ଜେକ୍ସନ ଦେଇଥିଲେ। ଇଞ୍ଜେକ୍ସନ ନେବା ପରେ ଶିବ ମହାନନ୍ଦ ସଙ୍ଗେ ସଙ୍ଗେ ଅଚେତ ହୋଇଯାଇଥିଲେ। କିଛି ସମୟ ପରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହା ଦେଖି କ୍ୱାକ୍ ପ୍ରମୋଦ କୁମାର ମହାକୁର ସେଠାରୁ ଫେରାର ହୋଇଯାଇଥିଲେ।

ପରିବାର ଲୋକେ ଶିବ ମହାନନ୍ଦଙ୍କୁ କଣ୍ଟାବାଞ୍ଜି ଡାକ୍ତରଖାନାକୁ ନେଇଥିଲେ। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। କ୍ୱାକ୍ ଭୁଲ୍‌ ଇଞ୍ଜେକ୍ସନ ଦେବା ଯୋଗୁ ଶିବ ମହାନନ୍ଦଙ୍କର ମୃତ୍ୟୁ ହୋଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। କଣ୍ଟାବାଞ୍ଜି ପୁଲିସ ଘଟଣାର ତଦନ୍ତ କରୁଛି। ତେବେ ଘଟଣା ନେଇ ପୁଲିସ୍‌ର ପ୍ରତିକ୍ରିୟା ମିଳିନାହିଁ।

Advertisment

ତୁରେକେଲା, ବଙ୍ଗୋମୁଣ୍ଡା ଓ ମୁରିବାହାଲ ବ୍ଲକ ଅଞ୍ଚଳରେ ଦିନକୁ ଦିନ କ୍ୱାକ୍‌ (ନକଲି ଡାକ୍ତର)ଙ୍କ ସଂଖ୍ୟା ବଢୁଥିଲେ ହେଁ ସେ ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥିବା ଅଭିଯୋଗ ହୋଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe