ବୌଦ୍ଧ ଜିଲ୍ଲା ପୁରୁଣା କଟକ ଥାନା ଅନ୍ତର୍ଗତ ଗଣ୍ଡା ପାଜୁ ଗାଁରେ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକଙ୍କ ନାଁ ଦୁଲ୍ଲଭା ନାଏକ। ଅଭିଯୁକ୍ତଙ୍କ ନାଁ କିଶୋରୀ ନାଏକ। ସେ ଫେରାର ହୋଇଯାଇଛନ୍ତି।
କିଶୋରୀ ନାଏକ ଓ ତାଙ୍କ ସ୍ତ୍ରୀ ଦୁଲ୍ଲଭା ନାଏକଙ୍କ ମଧ୍ୟରେ ଆଜି ସକାଳେ କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା। ପରେ ଏହା ଉଗ୍ରରୂପ ନେଇଥିଲା। ଯୁକ୍ତିତର୍କ ବେଳେ କିଶୋରୀ ଉତ୍କ୍ଷିପ୍ତ ହୋଇ ଏକ ଟାଙ୍ଗିଆରେ ତାଙ୍କ ପତ୍ନୀଙ୍କ ବେକରେ ଚୋଟ ପକାଇ ଥିଲେ। ଘଟଣାସ୍ଥଳରେ ଦୁଲ୍ଲଭାଙ୍କ ମୃତ୍ୟୁ ଘଟିଥିଲା।
Also Read
ଏହି ଘଟଣା ପରେ ଗ୍ରାମବାସୀ ପୁଲିସକୁ ଖବର ଦେବା ସହିତ କିଶୋରୀଙ୍କୁ କାବୁ କରିବାକୁ ପ୍ରୟାସ କରିଥିଲେ। କିନ୍ତୁ କିଶୋରୀ ଟାଙ୍ଗିଆ ଧରି ଆତଙ୍କ ଖେଳାଇ ସେଠାରୁ ଫେରାର ହୋଇଯାଇଥିଲା।
ପୁରୁଣା କଟକ ପୁଲିସ୍ ଘଟଣାସ୍ଥଳରେ ଯାଞ୍ଚ କରିବା ସହିତ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ତା’ସହିତ ଅଭିଯୁକ୍ତକୁ ଧରିବାକୁ ପ୍ରୟାସ ଚଳାଇଛି ପୁଲିସ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଯୌନ ନିର୍ଯାତନା ଅଭିଯୋଗରେ କଣ୍ଠଶିଳ୍ପୀ ସଞ୍ଜୟ ଚକ୍ରବର୍ତ୍ତୀ ଗିରଫ
କୋଲକାତାରେ ନିଜ ସଙ୍ଗୀତ ଶିକ୍ଷାକେନ୍ଦ୍ରର ନାବାଳିକା ଛାତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ। ଗିରଫ ଭୟରେ ମୁମ୍ବାଇରେ ଲୁଚିଥିଲେ କଣ୍ଠଶିଳ୍ପୀ ସଞ୍ଜୟ ଚକ୍ରବର୍ତ୍ତୀ। ସାଙ୍ଗ ଘରୁ ବାନ୍ଧିଲା କୋଲକାତା ପୁଲିସ।
Crime
ରାଜଧାନୀରେ ଉତ୍ପାତ କରୁଛନ୍ତି ଚେନ୍ ଲୁଟେରା
ଦୁର୍ବୃତ୍ତ ସିନା ସୁନା ଚେନ୍ ନେଇ ପାରିଲେନାହିଁ, କିନ୍ତୁ ବିଷ୍ଣୁ ପାତ୍ର ବାଇକ୍ରୁ ପଡ଼ି ଯାଇଥିଲେ। ତାଙ୍କ ମୁଣ୍ଡ ମାଟିରେ ମାଡ଼ ହୋଇଯାଇଥିଲା। ସେ ରକ୍ତାକ୍ତ ହୋଇ ଯାଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଥିଲା।
Crime
ସପ୍ତମ ପାସ୍ରେ ଆୟୁର୍ବେଦିକ ଡାକ୍ତର, କରୁଥିଲେ ପାଇଲ୍ସ ଅପରେସନ
କେହି ଜଣେ ବି ଉତ୍ପଲଙ୍କ ନାଁରେ ଅଭିଯୋଗ କରିବା ପରେ ଆଜି ପୁଲିସ ପକ୍ଷରୁ ତାଙ୍କ କ୍ଲିନିକ୍ ଉପରେ ଚଢ଼ାଉ କରାଯାଇଥିଲା।
Crime
ଭିଜିଲାନ୍ସ ଜାଲରେ ଭାଗବତ, କାମ କରିଦେବାକୁ ଲାଞ୍ଚ ମାଗି ଫସିଗଲେ
ଅଭିଯୋଗ ପାଇବା ପରେ ଯୋଜନାବଦ୍ଧ ଭାବେ ଭାଗବତଙ୍କୁ ଧରିଲା ଭିଜିଲାନ୍ସ।
Crime
ମଦ ପିଇବା ପାଇଁ ଟଙ୍କା ନଦେବାରୁ ସ୍ତ୍ରୀଙ୍କୁ ହାଣିଦେଲା ସ୍ୱାମୀ
କୌଶଲ୍ୟା ଟଙ୍କା ଦେବାକୁ ମନା କରିଥିଲେ। ଯେଉଁଥିପାଇଁ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲେ। ଧୀରେ ଧୀରେ ଏହି ପାଟିତୁଣ୍ଡ ଉଗ୍ର ରୂପଧାରଣ କରିଥିଲା। ରାଗରେ ଉତ୍କ୍ଷିପ୍ତ ହୋଇ ହାତରେ ଧରିଥିବା କୁରାଢୀରେ କୌଶଲ୍ୟାଙ୍କୁ ଆକ୍ରମଣ କରିଥିଲେ ପଦନ।