Advertisment

ସ୍ତ୍ରୀଙ୍କୁ ହତ୍ୟା କରି ସ୍ୱାମୀ ଫେରାର

ଗ୍ରାମବାସୀ ପୁଲିସକୁ ଖବର ଦେବା ସହିତ କିଶୋରୀଙ୍କୁ କାବୁ କରିବାକୁ ପ୍ରୟାସ କରିଥିଲେ। କିନ୍ତୁ କିଶୋରୀ ଟାଙ୍ଗିଆ ଧରି ଆତଙ୍କ ଖେଳାଇ ସେଠାରୁ ଫେରାର ହୋଇଯାଇଥିଲା।

Dead Body

Dead Body

Advertisment

ବୌଦ୍ଧ ଜିଲ୍ଲା ପୁରୁଣା କଟକ ଥାନା ଅନ୍ତର୍ଗତ ଗଣ୍ଡା ପାଜୁ ଗାଁରେ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକଙ୍କ ନାଁ ଦୁଲ୍ଲଭା ନାଏକ। ଅଭିଯୁକ୍ତଙ୍କ ନାଁ କିଶୋରୀ ନାଏକ। ସେ ଫେରାର ହୋଇଯାଇଛନ୍ତି।

Advertisment

କିଶୋରୀ ନାଏକ ଓ ତାଙ୍କ ସ୍ତ୍ରୀ ଦୁଲ୍ଲଭା ନାଏକଙ୍କ ମଧ୍ୟରେ ଆଜି ସକାଳେ କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା। ପରେ ଏହା ଉଗ୍ରରୂପ ନେଇଥିଲା। ଯୁକ୍ତିତର୍କ ବେଳେ କିଶୋରୀ ଉତ୍‌କ୍ଷିପ୍ତ ହୋଇ ଏକ ଟାଙ୍ଗିଆରେ ତାଙ୍କ ପତ୍ନୀଙ୍କ ବେକରେ ଚୋଟ ପକାଇ ଥିଲେ। ଘଟଣାସ୍ଥଳରେ ଦୁଲ୍ଲଭାଙ୍କ ମୃତ୍ୟୁ ଘଟିଥିଲା।

ଏହି ଘଟଣା ପରେ ଗ୍ରାମବାସୀ ପୁଲିସକୁ ଖବର ଦେବା ସହିତ କିଶୋରୀଙ୍କୁ କାବୁ କରିବାକୁ ପ୍ରୟାସ କରିଥିଲେ। କିନ୍ତୁ କିଶୋରୀ ଟାଙ୍ଗିଆ ଧରି ଆତଙ୍କ ଖେଳାଇ ସେଠାରୁ ଫେରାର ହୋଇଯାଇଥିଲା।

Advertisment

ପୁରୁଣା କଟକ ପୁଲିସ୍ ଘଟଣାସ୍ଥଳରେ ଯାଞ୍ଚ କରିବା ସହିତ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ତା’ସହିତ ଅଭିଯୁକ୍ତକୁ ଧରିବାକୁ ପ୍ରୟାସ ଚଳାଇଛି ପୁଲିସ।

Murder Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe