Advertisment

ମା’କୁ ପିଟି ପିଟି ମାରିଦେଲା ପୁଅ

ପୁଲିସ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି।

author-image
Jitendra Garnayak
Accused

Accused

ଅନୁଗୋଳ ଟାଉନ ଥାନା ସୁସୁଡ଼ା ଗାଁରେ ଜଣେ ବ୍ୟକ୍ତି ତାଙ୍କ ବୃଦ୍ଧା ମା’ଙ୍କୁ ପିଟି ପିଟି ମାରି ଦେଇଥିବା ଅଭିଯୋଗ ହୋଇଛି। ମୃତ ବୃଦ୍ଧାଙ୍କ ନାଁ ଲତା ନାଏକ। ତାଙ୍କୁ ୭୦ ବର୍ଷ ହୋଇଥିଲା।

Advertisment

ସୂଚନା ଅନୁଯାୟୀ, ଗତକାଲି ରାତିରେ କୌଣସି କାରଣରୁ ଲତା ନାଏକ ଓ ତାଙ୍କ ପୁଅ ସରୋଜ ନାଏକଙ୍କ ମଧ୍ୟରେ କୌଣସି କଥାକୁ ନେଇ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ଆଜି ସକାଳେ ପୁଣି ସେହି କଥାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। କଥା କଟାକଟି ଚାଲିଥିବା ବେଳେ ଉତ୍‌କ୍ଷିପ୍ତ ସରୋଜ ହଠାତ୍ ମା’ଙ୍କୁ ପିଟିବା ଆରମ୍ଭ କରି ଦେଇଥିଲେ। ସେ ପିଟି ପିଟି ମା’ ଲତା ନାଏକଙ୍କୁ ମାରି ଦେଇଥିଲେ।

ଗାଁ ଲୋକ ଏ ସଂପର୍କରେ ପୁଲିସକୁ ଖବର ଦେଇଥିଲେ। ଟାଉନ ଥାନା ପୁଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଅଭିଯୁକ୍ତ ସରୋଜଙ୍କୁ ଅଟକ ରଖି ପଚରାଉଚରା କରୁଛି। ପୁଲିସ୍ ଘଟଣାସ୍ଥଳକୁ ଯାଞ୍ଚ କରିବା ସହିତ ଘଟଣାର ତଦନ୍ତ କରୁଛି।

Advertisment
Murder