Advertisment

ଭୋଟ୍ ଦେବାକୁ ଯାଇଥିବା ବେଳେ ବୁଥ୍‌ ସାମ୍ନାରେ ମାରି ଦେଲେ ସ୍ୱାମୀ

୪ ବର୍ଷ ତଳେ ସେମାନଙ୍କର ବିବାହ ହୋଇଥିଲା। ସେମାନଙ୍କର ଏକ ୧୮ ମାସର ପୁଅ ଅଛି।

RashmiRekha Behera

RashmiRekha Behera

Advertisment

ଭୋଟ୍ ଦେବାକୁ ଯାଇଥିବା ବେଳେ ଜଣେ ମହିଳାଙ୍କୁ ବୁଥ୍‌ ସମ୍ମୁଖରେ ତାଙ୍କ ସ୍ୱାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣାଟି ଘଟିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ କାଉପୁର ପଞ୍ଚାୟତର ମୁକ୍ତାଡ଼ିହି ଗାଁର ୪ ନମ୍ବର ବୁଥ ସାମ୍ନାରେ। 

Advertisment

ମୃତ ମହିଳାଙ୍କ ନାଁ ରଶ୍ମିରେଖା ବେହେରା। ତାଙ୍କ ସ୍ୱାମୀ ତଥା ଅଭିଯୁକ୍ତଙ୍କ ନାଁ ପ୍ରଭାକର ରାଉତ। ୪ ବର୍ଷ ତଳେ ସେମାନଙ୍କର ବିବାହ ହୋଇଥିଲା। ସେମାନଙ୍କର ୧୮ ମାସର ଏକ ପୁଅ ମଧ୍ୟ ଅଛି।

ସୂଚନା ଅନୁଯାୟୀ, ରଶ୍ମିରେଖା ଓ ପ୍ରଭାକରଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା। ସେଥିପାଇଁ ରଶ୍ମିରେଖା ଜିରାଗମ୍ଭୀର ସ୍ଥିତ ତାଙ୍କ ବାପ ଘରେ ଯାଇ ରହୁଥିଲେ। ଆଜି ସେ ଭୋଟ୍ ଦେବା ପାଇଁ ତାଙ୍କ ଦାଦାଙ୍କ ସହିତ ମୁକ୍ତାଡ଼ିହି ଗାଁର ୪ ନମ୍ବର ବୁଥକୁ ଆସିଥିଲେ। ସେଠାରେ ବୁଥ୍ ସାମ୍ନାରେ ସ୍ୱାମୀ ପ୍ରଭାକର ରାଉତ ତାଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଫଳରେ ରଶ୍ମିଙ୍କ ମୁହଁରେ ଗଭୀର କ୍ଷତ ହୋଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନା ନିଆଯାଇଥିଲା। ତେବେ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। 

Advertisment

ଏହି ଘଟଣା ପରେ ବୁଥ୍‌ ସମ୍ମୁଖରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ଭଦ୍ରକ ଗ୍ରାମାଞ୍ଚଳ ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସ୍ ଘଟଣାସ୍ଥଳକୁ ଯାଞ୍ଚ କରିବା ସହିତ ଅଭିଯୁକ୍ତ ପ୍ରଭାକର ରାଉତଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ପାରିବାରିକ କଳହରୁ ଏହି ଘଟଣା ଘଟିଥିବା ଜଣାପଡ଼ିଥିବା ବେଳେ ପୁଲିସ ଘଟଣାର ତଦନ୍ତ କରୁଛି।  

Murder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe