Advertisment

୫ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗରେ ୫୫ ବର୍ଷୀୟ ବ୍ୟକ୍ତି ଗିରଫ

ଅଭିଯୋଗ ପାଇବା ପରେ ପୁଲିସ ଅଭିଯୁକ୍ତଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲା। ତା’ପରେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

Arrest

Arrest

Advertisment

ଭଦ୍ରକ ଜିଲ୍ଲା ଧାମନଗର ଥାନା କାଞ୍ଜିଆପାଳ ଅଞ୍ଚଳରେ ଏକ ୫ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ କରିବା ଅଭିଯୋଗରେ ଜଣେ ୫୫ ବର୍ଷୀୟ ବ୍ୟକ୍ତିଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତଙ୍କ ନାଁ ପାଗଳ ଦାସ।

Advertisment

ଗତ ୧୫ ତାରିଖ ସନ୍ଧ୍ୟାରେ ଶିଶୁକନ୍ୟାଟି ନିଜ ଘର ପିଣ୍ଡାରେ ଖେଳୁଥିବା ବେଳେ ମୋବାଇଲ ଦେଖାଇ ପାଗଳ ଦାସ ତାକୁ ଗାଁ ପାଖରେ ଥିବା ଏକ ଇଟାଭାଟିକୁ ନେଇ ଦୁଷ୍କର୍ମ କରିଥିଲା। ଘଟଣା ସଂପର୍କରେ ଶିଶୁକନ୍ୟାଟି ତା’ ମା’କୁ କହିଥିଲା। ଏନେଇ ପରିବାର ଲୋକେ ଗାଁ ଲୋକଙ୍କୁ ଜଣାଇଥିଲେ। ପରେ ଶିଶୁଟିର ବାପାମା’ ଘଟଣା ସଂପର୍କରେ ଥାନାରେ ଅଭିଯୋଗ କରିଥିଲେ।

ଅଭିଯୋଗ ପାଇବା ପରେ ପୁଲିସ ଅଭିଯୁକ୍ତଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲା। ତା’ପରେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ପୁଲିସ୍ ଘଟଣାର ଅଧିକ ତଦନ୍ତ କରୁଥିବା ବେଳେ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡ ଦିଆଯାଉ ବୋଲି କହିଛନ୍ତି ଝିଅଟିର ପରିବାର ଲୋକେ।

Advertisment
Rape Minor Raped
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe