Advertisment

ସଂପର୍କରେ ସାଜିଲେ କଣ୍ଟା; ପ୍ରେମିକକୁ ଟାଙ୍ଗିଆରେ ହାଣିଦେଲେ ପ୍ରେମିକାର ବାପା

ହତ୍ୟାକାଣ୍ଡ ପରେ ଝିଅର ବାପା ବିଜୟ ମାଝୀ ଫେରାର ହୋଇଯାଇଛି।

ଅଦ୍ୟତନ ହୋଇଛି
Murder

Murder

Advertisment

ନିଜ ଝିଅର ପ୍ରେମରେ କଣ୍ଟା ସାଜିଲେ ବାପା। ଝିଅକୁ ପ୍ରେମିକଠାରୁ ଦୂରେଇ ଦେବା ପାଇଁ ପାଲଟିଗଲେ ଜହ୍ଲାଦ। ୩ ଦିନ ତଳେ ପ୍ରେମିକ ସହ ଫେରାର ହୋଇଯାଇଥିବା ଝିଅକୁ ବିବାହ କରାଇ ଦେବାର ପ୍ରୋଲଭନ ଦେଖାଇ ଘରକୁ ଡାକିଲେ। ଉଭୟ ଘରକୁ ଆସିବା ପରେ ଝିଅର ପ୍ରେମିକକୁ ଟାଙ୍ଗିଆରେ ହାଣି ହତ୍ୟା କଲା ନୃଶଂସ ବାପା। ଏପରି ଅଭିଯୋଗ ଆସିଛି ରାୟଗଡ଼ା ଜିଲ୍ଲା କାଶୀପୁର ଥାନା ଅଞ୍ଚଳରେ। ହତ୍ୟାକାଣ୍ଡ ପରେ ଝିଅର ବାପା ବିଜୟ ମାଝୀ ଫେରାର ହୋଇଯାଇଛି। ମୃତ ଯୁବକ ଜଣଙ୍କ ଅଡ଼ାଟିକିରି ଗାଁର ମଙ୍ଗଲ ସିଂ।

Advertisment

୩ ଦିନ ତଳେ ବିଜୟଙ୍କ ଝିଅ ନିଜ ପ୍ରେମିକ ମଙ୍ଗଲଙ୍କ ସହ ଘରୁ ଲୁଚି ପଳାଇଥିଲେ। ଝିଅକୁ ଘରକୁ ଫେରାଇ ଆଣିବାକୁ ବିଜୟ ଷଡ଼ଯନ୍ତ୍ର କରିଥିଲେ। ଉଭୟଙ୍କର ବିବାହ କରାଇଦେବେ ବୋଲି ଫୋନ୍ ଯୋଗେ କହିଥିଲେ। ଦୁହେଁକୁ ଘରକୁ ଫେରିଆସିବା ପାଇଁ ମଧ୍ୟ କହିଥିଲେ। ବାପାର ଏହି ଷଡ଼ଯନ୍ତ୍ରକୁ ବୁଝି ପାରିନଥିଲେ। ଗତକାଲି ରାତିରେ ଉଭୟ ଖୁସିରେ ଘରେ ପହଞ୍ଚିଥିଲେ।

ବିଜୟ ନିଜ ଝିଅ ସହ ତାର ପ୍ରେମିକକୁ ଦେଖି ରକ୍ତ ମୁଖା ହୋଇପଡ଼ିଥିଲେ। ଘରୁ ଏକ ଟାଙ୍ଗିଆ ଆଣି ଝିଅର ପ୍ରେମିକକୁ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ମଙ୍ଗଲଙ୍କର ମୃତ୍ୟୁ ଘଟିଥିଲା। ବିଜୟଙ୍କୁ ଝିଅ ଅଟକାଇବାରୁ ସେ ମଧ୍ୟ ଗୁରୁତର ହୋଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କାଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ଗୁରୁତର ହେବାରୁ ରାୟଗଡ଼ା ସ୍ଥାନାନ୍ତର କରାଯାଇଛି।

Advertisment

କାଶୀପୁର ପୁଲିସ  ଘଟଣାର ତଦନ୍ତ କରୁଛି। ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ବିଜୟ ଫେରାର ହୋଇଯାଇଛି। ପୁଲିସ ବିଜୟକୁ ଧରିବାକୁ ଖୋଳାତାଡ଼ ଆରମ୍ଭ କରିଛି।

Odisha Police Murder Rayagada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe