Advertisment

ଗତକାଲି ଡାକ୍ତରଖାନାରୁ ଚମ୍ପଟ ମାରିଥିଲେ; ଆଜି ମିଳିଲା ମୃତଦେହ

ପୁଲିସ ମୃତଦେହକୁ ଉଦ୍ଧାର କରି ଘଟଣାର ତଦନ୍ତ କରୁଛି।

author-image
Tapaswini Nayak
Deadbody

Deadbody

ଗତକାଲି ଡାକ୍ତରଖାନାରୁ ଚିକିତ୍ସାଧୀନ ଅବସ୍ଥାରେ ଚମ୍ପଟ ମାରିଥିଲେ। ଆଜି ସକାଳେ ଡ୍ରେନ ପାର୍ଶ୍ୱରୁ ମିଳିଲା ବ୍ୟକ୍ତିଙ୍କ ମୃତଦେହ। ସୁନ୍ଦରଗଡ଼ ଜିଲ୍ଲାରେ ଏହି ଘଟଣା ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ଘର ନେପାଳରେ। ସେ ଭିନ୍ନକ୍ଷମ ବୋଲି ଜଣାଯାଇଛି।

Advertisment

ବ୍ୟକ୍ତି ଜଣକ ଦୀର୍ଘ ଦିନରୁ ନେପାଳରୁ ଆସି କୋଇଡା ଅଞ୍ଚଳରେ ରହୁଥିଲେ। କାମ ଦାମ କରି ନିଜର ପେଟ ପୋଷଣ କରୁଥିଲେ। ୩ ଦିନ ତଳେ ବ୍ୟକ୍ତି ଜଣଙ୍କ ଦେହ ଖରାପ ହେବାରୁ କୋଇଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ ଥିଲେ।

ଗତକାଲି ହସପିଟାଲରୁ ବ୍ୟକ୍ତି ଜଣଙ୍କ କାହାକୁ କିଛି ନ କହି ଚମ୍ପଟ ମାରିଥିଲେ। ଆଜି ସକାଳେ କୋଇଡା ଥାନା ଅନ୍ତର୍ଗତ ଡି.ଡି.ଏମ ଅଫିସ କାର୍ଯ୍ୟାଳୟ ଡ୍ରେନ ପାର୍ଶ୍ଵରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପୁଲିସ ମୃତଦେହକୁ ଉଦ୍ଧାର କରି ଘଟଣାର ତଦନ୍ତ କରୁଛି।

Advertisment
Deadbody Sudargarh