Advertisment

ଶ୍ୱଶୁର ଘର ଗାଁରୁ ଜ୍ୱାଇଁର ମୃତଦେହ ଉଦ୍ଧାର; ହତ୍ୟା ଅଭିଯୋଗ

କରେଣ୍ଟ ଦେଇ ବଂଶୀଧରଙ୍କୁ ହତ୍ୟା କରାଯାଇଥିବା ତାଙ୍କ ଭାଇ ଅଭିଯୋଗ କରିଛନ୍ତି।

author-image
Tapaswini Nayak
police station

police station

ଶ୍ୱଶୁର ଘର ଗାଁରେ ଜ୍ୱାଇଁଙ୍କୁ କରେଣ୍ଟ ଦେଇ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଘଟଣା  ଘଟିଛି ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଅଞ୍ଚଳରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ଭାଲୁମୁଣ୍ଡା ଗାଁର ବଂଶୀଧର ଠେଲା।

Advertisment

ବଂଶୀଧରଙ୍କ ଘର ଭାଲୁମୁଣ୍ଡା ଗାଁରେ। ହେଲେ ସେ ଶ୍ୱଶୁର ଘର ମାଲପଡାରେ ରହୁଥିଲେ। ଗତକାଲି ଦିନ ପ୍ରାୟ ଗୋଟାଏ ସମୟରେ ବଂଶୀଧର ଗାଧୋଇବାକୁ ନଦୀକୁ ବାହାରିଥିଲେ। ହେଲେ ଶ୍ୱଶୁର ଘର ଗାଁର ଦୁଇ ଜଣ ଯୁବକ ତାଙ୍କୁ ମାଛ ଧରିବାକୁ ନଦୀକୁ ନେଇଯାଇଥିଲେ।

ପରେ ଦୁଇ ଜଣ ଯୁବକ ଘରକୁ ଫେରିଥିବା ବେଳେ ବଂଶୀଧର ଘରକୁ ଫେରିନଥିଲେ। ଘରକୁ ଫେରିବା ବିଳମ୍ବିତ ହେବାରୁ ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ କିନ୍ତୁ ପାଇନଥିଲେ। ସନ୍ଧ୍ୟା ସମୟରେ ନଦୀ ପଠାରେ ଥିବା ବାଉଁଶ ଗଛ ମୂଳରୁ ତାଙ୍କ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ଆଣିଥିଲେ। କିନ୍ତୁ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।

Advertisment

ମାଛ ମାରିଥିବା ସ୍ଥାନରେ ବିଦ୍ୟୁତ ତାର ସଂଯୋଗ କରାଯାଇଥିଲା। କରେଣ୍ଟ ଦେଇ ବଂଶୀଧରଙ୍କୁ ହତ୍ୟା କରାଯାଇଥିବା ତାଙ୍କ ଭାଇ ଅଭିଯୋଗ କରିଛନ୍ତି। ଏନେଇ ଥାନାରେ ଅଭିଯୋଗ କରିଛନ୍ତି। ବଙ୍ଗୋମୁଣ୍ଡା ପୁଲିସ ଘଟଣାସ୍ଥଳରେ ତଦନ୍ତ କରୁଛି ଓ ଘଟଣାର ଖୋଳତାଡ କରୁଛନ୍ତି।

Murder Bolangir