Advertisment

ଗାର୍ଲ ଫ୍ରେଣ୍ଡ କାଟି ଦେଲା ତଣ୍ଟି! ଯୁବକଙ୍କ ଅବସ୍ଥା ସଙ୍କଟାପନ୍ନ

ଯୁବକଙ୍କୁ ସଙ୍କଟାପନ୍ନ ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାରେ ଆଇସିୟୁରେ ଭର୍ତ୍ତି କରାଯାଇଛି।

Knife

Knife

Advertisment

ଗାର୍ଲ୍ ଫ୍ରେଣ୍ଡ୍ ତଣ୍ଟି କାଟି ଦେବାରୁ ଜଣେ ଯୁବକ ସଙ୍କଟାପନ୍ନ ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ହଜାରି ଛକଠାରୁ କିଛି ଦୂରରେ ୫୩ ନମ୍ବର ଜାତୀୟ ରାଜପଥ କଡ଼ରେ ଘଟିଛି ଏହି ଘଟଣା।

Advertisment

ଆକ୍ରମଣର ଶିକାର ହୋଇଥିବା ଯୁବକଙ୍କ ନାଁ ସତ୍ୟଜିତ ଷଡ଼ଙ୍ଗୀ। ତାଙ୍କ ଘର ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅଞ୍ଚଳରେ। ତାଙ୍କ ତଣ୍ଟି କାଟିଥିବା ଯୁବତୀ ତଥା ତାଙ୍କ ଗାର୍ଲ ଫ୍ରେଣ୍ଡଙ୍କ ଘର ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ଅଞ୍ଚଳରେ।

ହଜାରି ଛକଠାରୁ କିଛି ଦୂରରେ ୫୩ ନମ୍ବର ଜାତୀୟ ରାଜପଥ କଡ଼ରେ ସତ୍ୟଜିତ ରକ୍ତ ଚୁଡୁବୁଡୁ ହୋଇ ମୁମୂର୍ଷୁ ଅବସ୍ଥାରେ ପଡ଼ିଥିବା କିଛି ସ୍ଥାନୀୟ ଲୋକ ଦେଖିଥିଲେ।

Advertisment

ସେମାନେ ଏନେଇ ମାର୍ଶାଘାଇ ପୁଲିସକୁ ଖବର ଦେଇଥିଲେ। ପୁଲିସ ସତ୍ୟଜିତଙ୍କୁ ଉଦ୍ଧାର କରି କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ତେବେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଆବଶ୍ୟକ ଚିକିତ୍ସା ପରେ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କୁ ଆଇସିୟୁରେ ରଖାଯାଇଛି।

ସତ୍ୟଜିତଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି। ଭିଡିଓଟିକୁ ଡାକ୍ତରଖାନାରେ ଉତ୍ତୋଳନ କରାଯାଇଛି। ସେ ଷ୍ଟ୍ରେଚରରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଶୋଇଛନ୍ତି। ତାଙ୍କ ମୁହଁ, ବେକ, ପାଟି ପୂରା ରକ୍ତାକ୍ତ ହୋଇଯାଇଛି। ଏଥିରେ ସେ କହିଛନ୍ତି ଯେ ତାଙ୍କର ଏଭଳି ଅବସ୍ଥା ପାଇଁ ତାଙ୍କ ଗାର୍ଲ ଫ୍ରେଣ୍ଡ ଦାୟୀ। ତାଙ୍କ ଗାର୍ଲ ଫ୍ରେଣ୍ଡ ତାଙ୍କ ବେକ କାଟି ଦେଇଛନ୍ତି ବୋଲି ସେ କହିଛନ୍ତି।

ଘଟଣାସ୍ଥଳରୁ ତାଙ୍କ ଗାର୍ଲ ଫ୍ରେଣ୍ଡ ସ୍କୁଟି ଓ ମୋବାଇଲ ନେଇ ଫେରାର ହୋଇଯାଇଥିବା ଜଣାପଡ଼ିଛି। ପୁଲିସ ଘଟଣାର ତଦନ୍ତ କରୁଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe