Advertisment

ବାଘ ମାରିବା ଅଭିଯୋଗରେ ଜଣେ ଗିରଫ, ବନ୍ଧୁକ ଓ ଗୁଳି ଜବତ

ଅନ୍ୟ ଜଣେ ଶିକାରୀ ଫେରାର ଥିବା ବେଳେ ତାକୁ ଖୁବ୍‌ଶୀଘ୍ର ଧରାଯିବ ବୋଲି କହିଛନ୍ତି ଡିଏଫ୍‌ଓ।

author-image
Biswajit Samal
ଅଦ୍ୟତନ ହୋଇଛି
Accused

Accused

କଲରା ପତରିଆ ବାଘକୁ ଗୁଳି କରି ଶିକାର କରିବା ଅଭିଯୋଗରେ ବନବିଭାଗ ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତିଙ୍କ ଘର ପେଣ୍ଠବାହାଳ ଗାଁରେ ହୋଇଥିବା ବେଳେ ତାଙ୍କ ଠାରୁ ଗୋଟିଏ ଦେଶୀ ବନ୍ଧୁକ ଓ ୩ଟି ଗୁଳି ଜବତ କରାଯାଇଛି। 

Advertisment

ରେଢ଼ାଖୋଲ ବନଖଣ୍ଡ ଓ ନାକଟିଦେଉଳ ରେଞ୍ଜ ବନ କର୍ମଚାରୀ ଗତ ୬ ତାରିଖରେ ମିଳିତ ଭାବରେ ଲାଣ୍ଡିମାଳ ସଂରକ୍ଷିତ ଜଙ୍ଗଲରେ ପାଟ୍ରୋଲିଂ କରୁଥିଲେ। ଏହି ସମୟରେ ଭୀମ ମଣ୍ଡଳୀ ରାସ୍ତାରେ ଏକ ୧୦ ବର୍ଷୀୟ ଅଣ୍ଡିରା କଲରା ପତରିଆ ବାଘ ଗୁରୁତର ଆହତ ଅବସ୍ଥାରେ ପଡ଼ିଥିଲା। ଏ ସଂପର୍କରେ ସେମାନେ ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଅବଗତ କରାଇଥିଲେ। 

ରେଢ଼ାଖୋଲ ଡିଏଫଓଙ୍କ ପରାମର୍ଶ କ୍ରମରେ ଭୁବନେଶ୍ୱରରୁ ଓୟୁଏଟିରୁ ଏକ ପ୍ରାଣୀ ଚିକିତ୍ସକ ଟିମ୍ ପହଞ୍ଚି ବାଘର ଚିକିତ୍ସା ଆରମ୍ଭ କରିଥିଲେ। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ବାଘଟି ୭ ତାରିଖରେ ମରି ଯାଇଥିଲା। ବାଘର ଶରୀରୁ ୩ ଟିଗୁଳି ବାହାରିଥିବା ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି।

Advertisment

ବାଘକୁ ଗୁଳି କରି ଶିକାର କରିଥିବା କଥାକୁ ଅଭିଯୁକ୍ତ ସ୍ୱୀକାର କରିଥିବା କୁହାଯାଇଛି। ଏହି ଘଟଣାରେ ଅନ୍ୟ ଜଣେ ଶିକାରୀ ସଂପୃକ୍ତ ଥିବା ବେଳେ ସେ ଫେରାର ରହିଛି ଓ ତାକୁ ଖୁବ୍‌ଶୀଘ୍ର ଧରାଯିବ ବୋଲି ରେଢ଼ାଖୋଲ ଡିଏଫଓ ଅରବିନ୍ଦ ମହାନ୍ତି ସୂଚନା ଦେଇଛନ୍ତି।

Tiger Attack Tiger