Advertisment

ଶାବଳ ପକାଇ ନେଇଥିଲେ ପତ୍ନୀଙ୍କ ଜୀବନ, ୧୦ ବର୍ଷ ପରେ ବାନ୍ଧିଲା ପୁଲିସ୍‌

ଘର ସଂସାର କରିବାର ଦୁଇ ବର୍ଷରେ ସ୍ୱାମୀ ସାଜିଲା ସଇତାନ । ବେକରେ ଶାବଳ ପକାଇ ନେଇଗଲା ପତ୍ନୀର ଜୀବନ ।

Crime

Crime

Advertisment

ବିବାହ ପରେ ସବୁ କିଛି ଠିକ୍ ଚାଲିଥିଲା। ମାତ୍ର ଏହା ପରେ ପରେ ହଠାତ୍‌ ଘୋଟି ଆସିଲା କଳା ବାଦଲ । ଘର ସଂସାର କରିବାର ଦୁଇ ବର୍ଷରେ ସ୍ୱାମୀ ସାଜିଲା ସଇତାନ । ବେକରେ ଶାବଳ ପକାଇ ନେଇଗଲା ପତ୍ନୀର ଜୀବନ । ଏହା ପରଠୁ ଫେରାର ହୋଇ ଯାଇଥିବା ସ୍ୱାମୀକୁ ପୁଲିସ୍‌ ଖୋଜି ଖୋଜି ନୟାନ୍ତ ହୋଇଥିଲେ ବି ଟେର ପାଇ ପାରୁ ନ ଥିଲେ। ଶେଷରେ ଦୀର୍ଘ ୧୦ ବର୍ଷ ପରେ ଅଭିଯୁକ୍ତଙ୍କୁ ମାଡ଼ି ବସି ବାନ୍ଧିଛି ପୁଲିସ୍‌। ଏପରି ଏକ ଘଟଣା ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ ମୁସ୍ତାଫାପୁର ଗ୍ରାମରେ ହୋଇଛି।

Advertisment

ମୁସ୍ତାଫାପୁର ଗ୍ରାମର ସେକ୍ ଚାନ୍ଦ ବାବୁ ନିଜ ୨୦୧୧ ମସିହାରେ ଧାମନଗର କାଜି ମହଲା ଗ୍ରାମର ମୀରାପ୍ୟାରୀଙ୍କ ଏକ ମାତ୍ରା ଝିଅ ଚାନ୍ଦମୁନୀଙ୍କୁ ବିବାହ କରିଥିଲେ। । ବିବାହର ମାତ୍ର ଦୁଇ ବର୍ଷ ପରେ ସେ ଚାନ୍ଦମୁନୀଙ୍କ ବେକରେ ୨୦୧୩ ମସିହାରେ ଶାବଳ ପକାଇ ମାରି ଦେଇଥିଲେ।

ଚାନ୍ଦମୁନୀଙ୍କ ପରିବାର ଲୋକଙ୍କ ଅଭିଯୋଗ ପରେ ଧାମନଗର ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ମାତ୍ର ସେବେଠୁ ସେକ୍ ଚାନ୍ଦ ବାବୁ ଫେରାର ହୋଇଯାଇଥିଲେ। ପୁଲିସ୍‌ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିବା ବେଳେ ସେକ୍ ଚାନ୍ଦ ବାବୁଙ୍କ ଖବର ପାଇ ପାରି ନ ଥିଲା।

Advertisment

ଦୀର୍ଘ ୧୦ ବର୍ଷ ପରେ ସେକ୍ ଚାନ୍ଦ ବାବୁ ନିଜ ଘରେ ଥିବା ସୂଚନା ପାଇ ଧାମନଗର ପୁଲିସ୍‌ ଗତ ରାତିରେ ଚଢ଼ାଉ କରି ତାଙ୍କୁ ବାନ୍ଧିଥିଲା। ଆଜି ଡାକ୍ତରୀ ମାଇନା ସରିବା ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାଯାଇଛି। 

ଆଇନ ବ୍ୟବସ୍ଥା ଉପରେ ସମ୍ପୂର୍ଣ୍ଣ ଆସ୍ଥା ରଖିଥିବା ଚାନ୍ଦମୁନୀଙ୍କ ପରିବାର ନ୍ୟାୟ ଆଶାରେ ଅଛନ୍ତି।

Murder Bhadrak Arrest
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe