Advertisment

୧୧୩ ଟଙ୍କା ଫେରି ପାଇବା ପାଇଁ ଗୁଗୁଲ୍ ସର୍ଚ୍ଚ, ଉଡ଼ିଗଲା ୫ ଲକ୍ଷ ଟଙ୍କା

UBER କ୍ୟାବକୁ କଲ୍ କରି ସେ ଏହି ଠକାମିର ଶିକାର ହୋଇଛନ୍ତି। ପୂରା ଘଟଣା କ୍ରମ କଣ ଥିଲା, ନଜର ପକାନ୍ତୁ...

ଅଦ୍ୟତନ ହୋଇଛି
Representative Image

Representative Image

Advertisment

ଦିନକୁ ଦିନ ବୃଦ୍ଧି ପାଉଛି ସାଇବର୍ ଠକେଇ। ଇଣ୍ଟରନେଟର ବ୍ୟବହାର ବୃଦ୍ଧି ଏହାର ଆଉ ଏକ ପ୍ରମୁଖ କାରଣ। ଲୋକେ ଯେତେ ସତର୍କ ରହିଲେ ମଧ୍ୟ ଆକାଉଣ୍ଟରେ କଳା କନା ବୁଲାଇ ଦେଉଛନ୍ତି ସାଇବର ଲୁଟେରା। ଏହାରି ମଧ୍ୟରେ ଜଣେ ବ୍ୟକ୍ତି ଗୁଗୁଲ୍ ସର୍ଚ୍ଚ କରି ୫ ଲକ୍ଷ ଟଙ୍କା ହରାଇଛନ୍ତି।

Advertisment

UBER କ୍ୟାବକୁ କଲ୍ କରି ସେ ଏହି ଠକାମିର ଶିକାର ହୋଇଛନ୍ତି। ପୂରା ଘଟଣା କ୍ରମ କଣ ଥିଲା, ନଜର ପକାନ୍ତୁ...

ଖବର ମୁତାବକ, ହରିଆଣାର ପ୍ରଦୀପ ଚୌଧରୀ ଗୁରୁଗ୍ରାମକୁ ଯିବା ପାଇଁ ୨୦୫ ଟଙ୍କାରେ ଏକ କ୍ୟାବ ବୁକ୍ କରିଥିଲେ। କିନ୍ତୁ ଉବର ଡ୍ରାଇଭର ତାଙ୍କଠାରୁ ୩୧୮ ଟଙ୍କା ଚାର୍ଜ କରିଥିଲେ। ଏତେ ଟଙ୍କା କାହିଁକି ନେଲେ ପଚାରିବାରୁ ଡ୍ରାଇଭର ତାଙ୍କୁ କଷ୍ଟମର କେୟାରଙ୍କ ସହ କଥା ହେବାକୁ କହିଥିଲେ। କଷ୍ଟମର କେୟାର ପାଖରୁ ବାକି ଟଙ୍କା ଫେରି ପାଇବେ ବୋଲି କହିଥିଲେ ଡ୍ରାଇଭର।

Advertisment

ପ୍ରଦୀପ କହିଛନ୍ତି, କଷ୍ଟମର କେୟାର୍ ନଂ ପାଇଁ ସେ ଗୁଗୁଲ୍ ସର୍ଚ୍ଚ କରିଥିଲେ। ଗୁଗୁଲରୁ ରାକେଶ ମିଶ୍ରାଙ୍କ ନାମକ ଜଣେ ଉବେର କଷ୍ଟମର କେୟାରଙ୍କ ନଂ ପାଇଥିଲେ। ରାକେଶ, ପ୍ରଦୀପଙ୍କୁ ଗୁଗୁଲ୍ ପ୍ଲେ ଷ୍ଟୋରରୁ 'Rust Desk App' ଡାଉନଲୋଡ୍ କରିବାକୁ କହିଥିଲେ। ଏହା ପରେ ସେ ପେ'ଟିଏମ୍ ଓପନ୍ କରି ଫେରସ୍ତ ରାଶି ପାଇଁ 'rfnd 112' ମେସେଜ୍ ପଠାଇବାକୁ କହିଥିଲେ।

ପ୍ରଦୀପ, ରାକେଶଙ୍କ କହିବା ମୁତାବକ ଆପ୍ ଇନଷ୍ଟଲ୍ କରି ପେ'ଟିଏମରେ ମେସେଜ୍ ପଠାଇଥିଲେ। ଏପରି କରିବା ମାତ୍ରେ ତାଙ୍କ ଆକାଉଣ୍ଟରୁ ୫ ଲକ୍ଷ ଟଙ୍କା ଡେବିଟ୍ ହୋଇଯାଇଛି। ଟଙ୍କା ଉଠାଣ ନେଇ ମେସେଜ୍ ଆସିବା ପରେ ଥାନାରେ ଏତଲା ଦେଇଛନ୍ତି ପ୍ରଦୀପ। ପୁଲିସ ଏନେଇ ଧାରା ୪୨୦ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ଅଧିନିୟମର ଧାରା ୬୬ଡି ଅନୁଯାୟୀ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି।

ବର୍ତ୍ତମାନ ସମୟରେ ଯେଉଁପରି ଭାବେ ସାଇବର ଅପରାଧ ବୃଦ୍ଧି ପାଉଛି, ସେଥିପାଇଁ ଲୋକଙ୍କୁ ଅଧିକ ସତର୍କ ରହିବାକୁ ପଡିବ। UBER ହେଉ କିମ୍ବା ଅନ୍ୟାନ୍ୟ ଅନଲାଇଲ୍ ସେବା ଯୋଗାଉଥିବା କଷ୍ଟମର କେୟାରଙ୍କ ନଂ କେବଳ ସେମାନଙ୍କର ଅଫିସିଆଲ୍ ୱେବସାଇଟରୁ ଆଣନ୍ତୁ। ଏହା ବ୍ୟତୀତ ଗୁଗୁଲ୍ କିମ୍ବା ଅନ୍ୟ କୌଣସି ୱେବସାଇଟରୁ ଆଣନ୍ତୁ ନାହିଁ କି ସର୍ଚ୍ଚ ମଧ୍ୟ କରନ୍ତୁ ନାହିଁ। ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ପକ୍ଷରୁ ମଧ୍ୟ ଅନେକଗୁଡିଏ ଆପ୍ ବ୍ୟାନ କରାଯାଉଛି। ଏଥିପ୍ରତି ଧ୍ୟାନ ଦିଅନ୍ତୁ। ଜାଣିନଥିବା କୌଣସି ଆପକୁ ଇନଷ୍ଟଲ୍ କରନ୍ତୁ ନାହିଁ କି ଅନ୍ୟ କାହାକୁ ବ୍ୟାଙ୍କ ଡାଟା ଦିଅନ୍ତୁ ନାହିଁ। 

Crime Google Cyber Crime Scam Cyber Loot Uber
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe