Advertisment

ଏନ୍‌କାଉଣ୍ଟରରେ କ୍ୟାଡର ନକ୍ସଲ ମୃତ, AK 47 ଜବତ

ସୁରକ୍ଷା କର୍ମୀଙ୍କ ଗୁଳିରେ ଜଣେ କ୍ୟାଡର ନକ୍ସଲଙ୍କ ମୃତ୍ୟୁ ଘଟିଥିଲା। ମୃତ ନକ୍ସଲ ନେତା ହେଉଛନ୍ତି KKBN ଡିଭିଜନ। ଏଥିସହ ଆଉ କିଛି ନକ୍ସଲ ଆହତ ହୋଇଥିବା ଜଣାପଡ଼ିଛି। ଅନ୍ୟ ନକ୍ସଲମାନେ ଛତ୍ର ଭଙ୍ଗ ଦେଇ ଜଙ୍ଗଲ ଭିତରକୁ ପଳାଇ ଯାଇଥିଲେ।

Naxal

Naxal

Advertisment

ଏନ୍‌କାଉଣ୍ଟରରେ କ୍ୟାଡର ନକ୍ସଲ ନିହତ। ଏଥିସହ AK 47 ଜବତ ହୋଇଛି। ମୃତ ନକ୍ସଲ KKBN ଡିଭିଜନର। ଏପରି ଖବର ଆସିଛି କନ୍ଧମାଳ ଜିଲ୍ଲାରୁ। ଏବେ ମଧ୍ୟ ଜଙ୍ଗଲରେ ସର୍ଚ୍ଚ ଅପରେସନ୍‌ ଚାଲିଛି।

Advertisment

ବାଲିଗୁଡ଼ା ଥାନା ବୁଢ଼ାନଈ ସଂରକ୍ଷିତ ଜଙ୍ଗଲରେ ନକ୍ସଲଙ୍କ ଗତିବିଧି ଥିବା ଜଣାପଡ଼ିଥିଲା। ଏ ପରେ ସୁରକ୍ଷା କର୍ମୀମାନେ ସର୍ଚ୍ଚ ଅପରେସନ୍‌ରେ ଯାଇଥିଲେ। ଜଙ୍ଗଲରେ ସର୍ଚ୍ଚ ଅପରେସନ୍‌ ଚାଲିଥିବା ବେଳେ ନକ୍ସଲମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚାଳନା କରିଥିଲେ। ଯାହାର ଜବାବ ଦେଇଥିଲେ ସୁରକ୍ଷା କର୍ମୀ। ଉଭୟଙ୍କ ଭିତରେ ଦୀର୍ଘ ସମୟ ଧରି ଚାଲିଥିଲା ଗୁଳି ବିନିମୟ।

ସୁରକ୍ଷା କର୍ମୀଙ୍କ ଗୁଳିରେ ଜଣେ କ୍ୟାଡର ନକ୍ସଲଙ୍କ ମୃତ୍ୟୁ ଘଟିଥିଲା। ମୃତ ନକ୍ସଲ ନେତା ହେଉଛନ୍ତି KKBN ଡିଭିଜନ। ଏଥିସହ ଆଉ କିଛି ନକ୍ସଲ ଆହତ ହୋଇଥିବା ଜଣାପଡ଼ିଛି। ଅନ୍ୟ ନକ୍ସଲମାନେ ଛତ୍ର ଭଙ୍ଗ ଦେଇ ଜଙ୍ଗଲ ଭିତରକୁ ପଳାଇ ଯାଇଥିଲେ। ସର୍ଚ୍ଚ ଅପେରସନ ବେଳେ ଏକ ନକ୍ସଲ କ୍ୟାମ୍ପ ଠାବ ହୋଇଛି। କ୍ୟାମ୍ପରୁ ଗୋଟିଏ AK 47 ସହିତ ବହୁ ସାମଗ୍ରୀ ଜବତ ହୋଇଛି। ଏବେ ମଧ୍ୟ ଜଙ୍ଗଲରେ କୁମ୍ୱିଂ ଅପରେସନ୍‌ ଚାଲିଛି।

Advertisment

ରିପୋର୍ଟ- ଫୁଲବାଣୀରୁ ତ୍ରିନାଥ ସାହୁ

Naxal Attack Phulbani
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe