Advertisment

ବ୍ରିଜ ଉପରେ ଚପଲ, ସ୍କୁଟି, ମହାନଦୀକୁ ଡେଇଁ ପଡ଼ିଲେ ବ୍ୟକ୍ତି

ଆଜି ସକାଳେ ମଧ୍ୟବୟସ୍କ ବ୍ୟକ୍ତିଜଣକ ଏକ ସ୍କୁଟି ଧରି ବ୍ରିଜ ଉପରକୁ ଯାଇଥିଲେ। ସେଠାରେ ସେ କାହା ସହ ଫୋନରେ କଥା ହୋଇଥିଲେ। ଏହାପରେ ଚପଲ ଓ ସ୍କୁଟି ରଖି ହଠାତ୍‌ ବ୍ରିଜ ଉପରୁ ଡେଇଁ ପଡ଼ିଥିଲେ।

ଅଦ୍ୟତନ ହୋଇଛି
Mahanadi River

Mahanadi River

Advertisment

ସକାଳୁ ସକାଳୁ ମହାନଦୀକୁ ଡେଇଁ ନିଖୋଜ ହୋଇଗଲେ ବ୍ୟକ୍ତି। ଏପରି ଏକ ଚାଞ୍ଚଲ୍ୟକର ଘଟଣା ସମ୍ବଲପୁରରେ ଘଟିଛି। ସମ୍ବଲପୁରର ଚାଉଁରପୁର ବ୍ରିଜ ଉପରୁ ନଦୀକୁ ବ୍ୟକ୍ତିଜଣକ ଡେଇଁ ପଡ଼ିଥିବା ବେଳେ ତାଙ୍କ ପତ୍ତା ମିଳି ପାରୁନି।

Advertisment

ଆଜି ସକାଳେ ମଧ୍ୟବୟସ୍କ ବ୍ୟକ୍ତିଜଣକ ଏକ ସ୍କୁଟି ଧରି ବ୍ରିଜ ଉପରକୁ ଯାଇଥିଲେ। ସେଠାରେ ସେ କାହା ସହ ଫୋନରେ କଥା ହୋଇଥିଲେ। ଏହାପରେ ଚପଲ ଓ ସ୍କୁଟି ରଖି ହଠାତ୍‌ ବ୍ରିଜ ଉପରୁ ଡେଇଁ ପଡ଼ିଥିଲେ।

ଘଟଣା ସମୟରେ ବହୁ ଲୋକ ମଣ୍ଣିଂ ୱାକ କରୁଥିଲେ। ସେମାନେ ଏହାଦେଖି ଉକ୍ତ ବ୍ୟକ୍ତିଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇ ନ ଥିଲେ।

Advertisment

ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛନ୍ତି। ଏବେ ହୀରାକୁଦର ସମସ୍ତ ଗେଟ୍‌ ବନ୍ଦ ଥିବାରୁ ନଦୀରେ ପାଣି ଅଳ୍ପ ଅଛି। ତେଣୁ ଖୁବ୍‌ ଶୀଘ୍ର ଉକ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରାଯିବ ବୋଲି ଆଶା କରାଯାଉଛି।

ଉକ୍ତ ବ୍ୟକ୍ତିଙ୍କ ପରିଚୟ ମିଳି ନ ଥିବା ବେଳେ ତାଙ୍କ ପରିବାର ଲୋକେ କେହି ଘଟଣାସ୍ଥଳରେ ପହଞ୍ଚି ନାହାନ୍ତି । ତେବେ ଉଦ୍ଧାର କାର୍ଯ୍ୟ ଦେଖିବାକୁ ବ୍ରିଜ ଉପରେ ନାହିଁ ନ ଥିବା ଭିଡ଼ ଜମିଛି।

ଉକ୍ତ ଗାଡ଼ିଟି ସମ୍ବଲପୁର ଆରଟିଓରେ ସୁରେନ୍ଦ୍ର ମିଶ୍ର ନାମକ ବ୍ୟକ୍ତିଙ୍କ ନାମରେ ପଞ୍ଜୀକୃତ ହୋଇଥିବା ବେଳେ ଡେଇଁ ପଡ଼ିଥିବା ବ୍ୟକ୍ତିଜଣକ ନିଜେ ସୁରେନ୍ଦ୍ର ମିଶ୍ର ନା ଆଉ କିଏ ତାହା ସ୍ପଷ୍ଟ ହୋଇପାରିନି। 

ବ୍ୟକ୍ତିଜଣକ ଏପରି ଚରମ ପଦକ୍ଷେପ ନେବାର କାରଣ କିଛି ଜଣାପଡ଼ି ନ ଥିବା ବେଳେ ପାରିବାରିକ କଳହରୁ ଏପରି କରିଥାଇ ପାରିଥାନ୍ତି ବୋଲି ଚର୍ଚ୍ଚା ହେଉଛି ।

Mahanadi River
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe