Advertisment

ଭୁବନେଶ୍ୱରରେ ନାବାଳିକାଙ୍କ ସାଂଘାତିକ କାର୍ଯ୍ୟ; ସାଙ୍ଗକୁ ନରରାକ୍ଷସଙ୍କ ମୁହଁକୁ ଠେଲି ଦେଲେ

ଜଣେ ନାବାଳିକାଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି କମିଶନରେଟ ପୁଲିସ। ଆଉ ୨ ଜଣଙ୍କୁ ଅଟକ ରଖିଛି।

ଅଦ୍ୟତନ ହୋଇଛି
Accused

Accused

Advertisment

ରାଜଧାନୀ ଭୁବନେଶ୍ୱରରେ ପୁଣି ଲଜ୍ଜା। ଜଣେ ନାବାଳିକାଙ୍କୁ କରାଯାଇଛି ଗଣ ଦୁଷ୍କର୍ମ। ଦୁଷ୍କର୍ମ ବେଳର ଭିଡିଓକୁ ଭାଇରାଲ ମଧ୍ୟ କରି ଦିଆଯାଇଛି। ଅଭିଯୁକ୍ତମାନଙ୍କୁ ପୁଲିସ କରିଛି ଗିରଫ। ତେବେ ସବୁଠୁ ଚିନ୍ତାଜନକ କଥା ହେଉଛି, ଅଭିଯୁକ୍ତମାନଙ୍କ ମଧ୍ୟରେ ଅଛନ୍ତି ଜଣେ ନାବାଳିକା। ସେ ତାଙ୍କ ନାବାଳିକା ସାଙ୍ଗଙ୍କୁ ସେହି ନରରାକ୍ଷସଙ୍କ ମୁହଁକୁ ଠେଲି ଦେଇଥିଲେ। ଆଉ ସେମାନେ ନିଶା ଦେଇ ତାଙ୍କୁ ଦୁଷ୍କର୍ମ କରିଥିଲେ।

Advertisment

ଭୁବନେଶ୍ୱର ଡିସିପି ପିନାକ ମିଶ୍ର କହିଛନ୍ତି, ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ନେଇ ଗତକାଲି ନୂଆପଲ୍ଲୀ ଥାନାରେ ଏକ ଅଭିଯୋଗ ହୋଇଥିଲା। ପୀଡ଼ିତାଙ୍କୁ ତାଙ୍କର ଜଣେ ନାବାଳିକା ସାଙ୍ଗ ପ୍ରବର୍ତ୍ତାଇ ଏକ ପରିତ୍ୟକ୍ତ ସ୍ଥାନକୁ ନେଇ ଯାଇଥିଲେ। ସେଠାରେ ୪ ଜଣ ଯୁବକ ଥିଲେ। ସେମାନେ ପୀଡ଼ିତାଙ୍କ ନାବାଳିକା ସାଙ୍ଗଙ୍କ ପରିଚିତ। ସେଠାରେ ୪ ଜଣ ଯୁବକ ପୀଡ଼ତାଙ୍କୁ ଥଣ୍ଡା ପାନୀୟରେ ନିଶା ଔଷଧ ଦେଇ ଦୁଷ୍କର୍ମ କରିଥିଲେ। ସେମାନେ ଦୁଷ୍କର୍ମ ବେଳର ଭିଡିଓ ଉତ୍ତୋଳନ କରିଥିଲେ। ଆଉ ସେହି ଭିଡିଓ ଭାଇରାଲ କରିଦେବାର ଧମକ ଦେଇ ପୀଡ଼ିତାଙ୍କ ମା’ଙ୍କୁ ୫୦ ହଜାର ଟଙ୍କା ମାଗି ଥିଲେ। ଭିଡିଓ ଭାଇରାଲ ହୋଇଯିବା ଭୟରେ ପୀଡ଼ିତାଙ୍କ ମା’ ଅଭିଯୁକ୍ତଙ୍କୁ କିଛି ଟଙ୍କା ଦେଇଥିଲେ। ତା’ ସତ୍ତ୍ୱେ ଅଭିଯୁକ୍ତମାନେ ଭିଡିଓ ଭାଇରାଲ କରିଥିବା ନେଇ ଅଭିଯୋଗ ହୋଇଛି।

ଏହି ଅତ୍ୟନ୍ତ ସମ୍ବେଦନଶୀଳ ଅଭିଯୋଗ ଆସିବା ପରେ ନୂଆପଲ୍ଲୀ ଥାନା ଆଇଆଇସିଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇ ଘଟଣାର ତଦନ୍ତ କରାଯାଇଥିଲା। ପୀଡ଼ିତାଙ୍କ ବୟାନ ଆଧାରରେ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରାଯାଇ ଧରା ଯାଇଥିଲା। ପୀଡ଼ିତାଙ୍କ ଉକ୍ତ ନାବାଳିକା ସାଙ୍ଗଙ୍କ ସମେତ ୩ ଜଣଙ୍କୁ ପୁଲିସ ଗିରଫ କରିଥିବା ବେଳେ ଆଉ ୨ ଜଣଙ୍କୁ ଅଟକ ରଖିଛି। ଗିରଫ ଅଭିଯୁକ୍ତମାନେ ହେଉଛନ୍ତି- ପୀଡ଼ତାଙ୍କ ନାବାଳିକା ସାଙ୍ଗ, ଦାରୁଠେଙ୍ଗ ଅଞ୍ଚଳର ରାଜା ପଟ୍ଟନାୟକ (୧୯) ଓ ନୀଳାଦ୍ରି ବିହାରର ଦୀପକ ବେହେରା। ସେହିପରି ଶୈଳଶ୍ରୀ ବିହାରର ପ୍ରକାଶ ବେହେରା (୨୧) ଓ ଓଲ୍‌ଡ ଟାଉନର ବାଇଧର କଲୋନୀର ପପୁ ଦ୍ୱିବେଦୀ (୨୩)ଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି। ଅଭିଯୁକ୍ତମାନଙ୍କଠାରୁ ୨ଟି ମୋବାଇଲ ଫୋନ୍ ଜବତ କରାଯାଇଛି। ସେହି ଫୋନ୍‌ରେ ଅଭିଯୁକ୍ତମାନେ ଦୁଷ୍କର୍ମ ବେଳର ଭିଡିଓ ଉତ୍ତୋଳନ କରିବା ସହିତ ଫଟୋ ଉଠାଇଥିଲେ ବୋଲି ଡିସିପି କହିଛନ୍ତି।

Advertisment

ଏହି ଘଟଣାଟି ପ୍ରାୟ ୧୦ ଦିନ ତଳର। ପୀଡ଼ିତା ନୂଆପଲ୍ଲୀ ଥାନା ଅଞ୍ଚଳରେ ଭଡ଼ା ଘରେ ରହନ୍ତି। ପଟିଆର ଏକ ପରିତ୍ୟକ୍ତ ସ୍ଥାନରେ ତାଙ୍କୁ ଦୁଷ୍କର୍ମ କରାଯାଇଥିଲା। ଅଭିଯୁକ୍ତମାନେ ଦୁଷ୍କର୍ମ ବେଳର ଭିଡିଓ ଦେଖାଇ ବାରମ୍ବାର ଟଙ୍କା ପାଇଁ ବ୍ଲାକମେଲ କରିବା ପରେ ଗତକାଲି ପୀଡ଼ିତାଙ୍କ ମା’ ଥାନାର ଦ୍ୱାରସ୍ଥ ହୋଇଥିଲେ ଏବଂ ଘଟଣାଟି ସାମ୍ନାକୁ ଆସିଥିଲା।

Gangrape
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe