Advertisment

କଟକରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

ଗଣଦୁଷ୍କର୍ମର ଶିକାର ହୋଇଥିବା ନାବାଳିକାଙ୍କୁ ୭ ବର୍ଷ ହୋଇଥିବା ଜଣାପଡ଼ିଛି।

Police Station

Police Station

Advertisment

କଟକରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ କଟକ ମଧୁପାଟଣା ଥାନାରେ ଉକ୍ତ ନାବାଳିକାଙ୍କ ପରିବାର ଲୋକେ ଏତଲା ଦେଇଛନ୍ତି। ସେମାନଙ୍କ ଏତଲା ଆଧାରରେ ପୁଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

Advertisment

ବୁଧବାର ଏହି ଘଟଣା ଘଟିଥିବା ଅଭିଯୋଗ ହୋଇଛି। ଗଣଦୁଷ୍କର୍ମର ଶିକାର ହୋଇଥିବା ନାବାଳିକାଙ୍କୁ ୭ ବର୍ଷ ହୋଇଛି। ଗତକାଲି ତାଙ୍କ ପରିବାର ଲୋକେ ଏହି ଘଟଣା ନେଇ ଥାନାରେ ଅଭିଯୋଗ କରିଥିଲେ। ନାବାଳିକାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯିବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସା କରାଯାଇଛି।

ଅତିରିକ୍ତ ଡିସିପି ଅନୀଲ କୁମାର ମିଶ୍ର କହିଛନ୍ତି, ଏହି ମାମଲାରେ ତଦନ୍ତ ଜାରି ରହିଛି। ପୀଡ଼ିତା ଓ ସାକ୍ଷୀମାନଙ୍କୁ ପଚରାଉଚରା କରାଯାଉଛି। ତଦନ୍ତ ଶେଷ ହେବା ପରେ ସତ୍ୟାସତ୍ୟ ସାମ୍ନାକୁ ଆସିବ। ଏଫଆଇଆରରେ କୌଣସି ଅଭିଯୁକ୍ତଙ୍କ ନାଁ ଉଲ୍ଲେଖ କରାଯାଇନାହିଁ। ଅଭିଯୁକ୍ତମାନଙ୍କ ବିଷୟରେ କିଛି ଜଣାପଡ଼ିନାହିଁ। ଦରକାର ପଡ଼ିଲେ ଘଟଣାର ପ୍ରମୁଖ ସାକ୍ଷୀମାନଙ୍କର ବୟାନ କୋର୍ଟରେ ରେକର୍ଡ କରାଯିବ। ପୀଡ଼ିତାଙ୍କ ମେଡିକାଲ୍ ଯାଞ୍ଚ ରିପୋର୍ଟକୁ ଅପେକ୍ଷା କରାଯାଇଛି।

Advertisment
Rape Gang Rape
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe