Advertisment

ଗଣଦୁଷ୍କର୍ମର ଶିକାର ହୋଇ ଫେରୁଥିବା ବେଳେ ଦୁଷ୍କର୍ମର ଶିକାର ହେଲେ ନାବାଳିକା, ୪ ଜଣଙ୍କୁ ବାନ୍ଧିଲା ପୁଲିସ

ସାଙ୍ଗର ଜନ୍ମଦିନ ପାଳନ କରି ଘରକୁ ଫେରୁଥିବା ବେଳେ ନାବାଳିକାଙ୍କ ସହିତ ଘଟିଲା ଏହି ଜଘନ୍ୟକାଣ୍ଡ।

ଅଦ୍ୟତନ ହୋଇଛି
Stop Rape

Rape

Advertisment

ମାଲକାନଗିରି ଜିଲ୍ଲାରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣାରେ ୪ ଜଣଙ୍କୁ ଗିରଫ କରିଛି ପୁଲିସ। ଅଭିଯୁକ୍ତମାନେ ହେଉଛନ୍ତି, ମନୋଜ ହରିଜନ,ରୋହିତ କୁମାର ହିଆଲ,ବୀର ଭାର୍ତିଆ ଓ ଟ୍ରକ୍ ଡ୍ରାଇଭର ସେଭମ ସିଂହ।

Advertisment

ମାଲକାନଗିରି ସଦର ଥାନା ଅଞ୍ଚଳର ଏହି ନାବାଳିକା ଜଣଙ୍କ ଗତ ରବିବାର ସନ୍ଧ୍ୟାରେ ନିଜ ସାଙ୍ଗର ଜନ୍ମ ଦିନ ପାଳନ କରିବା ପାଇଁ ତାଙ୍କ ଘରକୁ ଯାଇଥିଲେ। ସେଠାରୁ ଫେରୁଥିବା ବେଳେ ମନୋଜ ହରିଜନ, ରୋହିତ କୁମାର ହିଆଲ ଓ ବୀର ଭାର୍ତିଆ ତାଙ୍କୁ ଉଠାଇ ନେଇ ଦୁଷ୍କର୍ମ କରିଥିଲେ।

ତିନି ଯୁବକଙ୍କ ଦ୍ୱାରା ଗଣଦୁର୍ଷ୍କମର ଶିକାର ହୋଇ ଘରକୁ ଫେରୁଥିବା ବେଳେ ଜଣେ ଟ୍ରକ୍ ଡ୍ରାଇଭର ସେଭମ ସିଂହ ନାବାଳିକାଙ୍କୁ ଉଠାଇ ନେଇଥିଲେ। ମାଲକାନଗିରି ସହରଠାରୁ ପ୍ରାୟ ୧୫ କିଲୋମିଟର ଦୂରରେ ବିଜା ଘାଟିରେ ଟ୍ରକ୍ ଡ୍ରାଇଭର ତାଙ୍କୁ ଦୁଷ୍କର୍ମ କରିଥିଲେ। ସେହି ସମୟରେ ନାବାଳିକା ଜଣଙ୍କ ଜୋରରେ ଚିତ୍କାର କରିବାରୁ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ଝିଅଟିକୁ ଉଦ୍ଧାର କରିବା ସହିତ ଡ୍ରାଇଭରକୁ ଅଟକ ରଖି ପୁଲିସକୁ ସୂଚନା ଦେଇଥିଲେ।

Advertisment

ପୁଲିସ ଘଟଣାସ୍ଥଲରେ ପହଞ୍ଚି ଡ୍ରାଇଭର ସେଭମ ସିଂହଙ୍କୁ ଗିରଫ କରିଥିଲା। ତାଙ୍କ ଘର ମଧ୍ୟପ୍ରଦେଶରେ ବୋଲି ଜଣାପଡ଼ିଛି।

ଡାକ୍ତରୀ ପରୀକ୍ଷା ପରେ ନାବାଳିକାଙ୍କୁ ଶକ୍ତି ସଦନ ସେଣ୍ଟରରେ ରଖାଯାଇଛି। ଝିଅଟିକୁ ଉଦ୍ଧାର କରାଯାଇ ପଚରାଉଚରା କରାଯିବାରେ ସେ ସମସ୍ତ କଥା କହିଥିଲେ। ସେ ୪ ଜଣଙ୍କ ଦ୍ୱାରା ପୃଥକ ପୃଥକ ସ୍ଥାନରେ ଦୁଷ୍କର୍ମର ଶିକାର ହୋଇଥିବା କହିଥିଲେ।

ଏହି ଘଟଣାକୁ ନେଇ ମାଲକାନଗିରିରେ ତେଜିଛି ରାଜନୀତି। ବିରୋଧୀ କଂଗ୍ରେସ ଓ ବିଜେଡି ନେତାମାନେ ମାଲକାନଗିରି ସଦର ଥାନାରେ ଥାନା ଅଧିକାରୀଙ୍କୁ ଭେଟିବା ସହ ସରକାର ବିରୋଧରେ ନାରାବାଜି କରିଥିଲେ। ବିଜେପି ସରକାର ଆସିବା ପରଠାରୁ ରାଜ୍ୟରେ ଦୁଷ୍କର୍ମ ବଢ଼ିଥିବା ସେମାନେ ଅଭିଯୋଗ କରିବା ସହିତ ମୁଖ୍ୟମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଥିଲେ। ପୀଡ଼ିତାଙ୍କୁ ନ୍ୟାୟ ଦେବା ପାଇଁ ଦାବି ସେମାନେ ଦାବି କରିଥିଲେ। ଅପରପକ୍ଷରେ ବିଜେପି ଦଳର କର୍ମୀମାନେ ମଧ୍ୟ ଥାନା ଅଧିକାରୀଙ୍କୁ ଭେଟିବା ସହ ଏହା ଏକ ଦୁର୍ଭାଗ୍ୟଜନକ ଘଟଣା ବୋଲି କହିବା ସହିତ ପୀଡ଼ିତାଙ୍କୁ ସମସ୍ତେ ମିଶି ନ୍ୟାୟ ଦେବା ବୋଲି କହିଥିଲେ।

Rape Gang Rape
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe