Advertisment

ଯୁକ୍ତ ୨ ଛାତ୍ରୀଙ୍କୁ ହତ୍ୟା! କୋଚିଂ ସେଣ୍ଟରକୁ ଯାଇ ନିଖୋଜ ଥିଲେ

ପରିବାର ଲୋକେ ଥାନାରେ ଅଭିଯୋଗ କରିଥିବା ବେଳେ ଆଜି ମିଳିଛି ମୃତଦେହ।

Police

Police

Advertisment

ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ମଙ୍ଗଳପୁର ମଜୁରୀ ଛକ ନିକଟସ୍ଥ ଜଙ୍ଗଲରୁ ଜଣେ ନିଖୋଜ ଛାତ୍ରୀଙ୍କ ମୃତଦେହ ଠାବ କରାଯାଇଛି। ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।

Advertisment

ମୃତ ଛାତ୍ରୀଙ୍କ ନାଁ ଜସ୍ମିନ। ତାଙ୍କ ଘର ମଙ୍ଗଳପୁର ମଜୁରୀ ଛକ ଅଞ୍ଚଳରେ। ସେ ଢେଙ୍କାନାଳ ମହିଳା ମହାବିଦ୍ୟାଳୟର ଯୁକ୍ତ ଦୁଇ ବିଜ୍ଞାନର ପ୍ରଥମ ବର୍ଷର ଛାତ୍ରୀ ଥିଲେ।

ଜସ୍ମିନ ଗତକାଲି ଅପରାହ୍ନ ୨ଟାରେ ଢେଙ୍କାନାଳ ସହରର କୁଞ୍ଜକାନ୍ତ ସ୍ଥିତ ଏକ ଘରୋଇ କୋଚିଂ ସେଣ୍ଟରକୁ ପଢ଼ିବାକୁ ଆସିଥିଲେ। ସନ୍ଧ୍ୟା ପ୍ରାୟ ୫ଟା ୪୦ରେ କ୍ଲାସ ଶେଷ ହେବା ପରେ ସେ ଘର ଅଭିମୁଖେ ବାହାରିଥିଲେ। ହେଲେ ଘରେ ପହଞ୍ଚି ନଥିଲେ।

Advertisment

ଜସ୍ମିନ ଘରକୁ ନ ଫେରିବାରୁ ତାଙ୍କ ବାପା ସନ୍ଧ୍ୟା ପ୍ରାୟ ୬ଟା ୨୦ ମିନିଟ୍‌ରେ ଢେଙ୍କାନାଳ ଅଭିମୁଖେ ବାହାରିଥିଲେ। ହେଲେ ବାଟରେ କେଉଁଠି ବି ଝିଅକୁ ଦେଖି ନଥିଲେ। ତା’ପରେ ସେ କୋଚିଂ ସେଣ୍ଟର ମାଲିକଙ୍କୁ ଫୋନ୍ କରିଥିଲେ। କୋଚିଂ ସେଣ୍ଟର ମାଲିକ, ଜସ୍ମିନଙ୍କ ବାପା ଓ ଅନ୍ୟ ଦୁଇ ଜଣ ବ୍ୟକ୍ତି ବିଭିନ୍ନ ସ୍ଥାନରେ ତାଙ୍କୁ ଖୋଜିଥିଲେ। ରାତି ୧୦ ସୁଦ୍ଧା ସେମାନେ ଜସ୍ମିନଙ୍କୁ ନପାଇବା ପରେ ଟାଉନ ଥାନାରେ ଅଭିଯୋଗ କରିଥିଲେ। ଆଜି ଅପରାହ୍ନ ପ୍ରାୟ ଗୋଟାଏ ବେଳେ ଘର ଠାରୁ ଅଳ୍ପ ଦୂରରେ ଜଙ୍ଗଲରେ ଜସ୍ମିନଙ୍କ ମୃତଦେହ ମିଳିଥିଲା।

ଜସ୍ମିନଙ୍କ ମୃତଦେହ ମୁହଁମାଡ଼ି ତଳେ ପଡ଼ିଥିବା ବେଳେ ପାଖରେ ଏକ ପଥର ପଡ଼ିଛି। ପଥରରେ ରକ୍ତ ଛିଟା ଲାଗିଛି। ସେହିପରି ମୃତଦେହଠାରୁ ଅଳ୍ପ ଦୂରରେ ତାଙ୍କ ଜୋତା ଓ ଓଢ଼ଣୀ ପଡ଼ିଛି। ପାରିପାର୍ଶ୍ୱିକ ସ୍ଥିତିକୁ ଦେଖିଲେ ଜସ୍ମିନଙ୍କୁ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି। ତେବେ ପୁଲିସ୍ ଏନେଇ କିଛି କହି ନାହିଁ। ସାଇଣ୍ଟିଫିକ୍ ଟିମ୍ ଆସି ଘଟଣାସ୍ଥଳ ଯାଞ୍ଚ କରିବା ପରେ ଓ ପ୍ରାଥମିକ ତଦନ୍ତ ପରେ ଯାହା କିଛି କହି ହେବ ବୋଲି ଢେଙ୍କାନାଳ ଅତିରିକ୍ତ ଏସ୍‌ପି ଭବାନୀ ଶଙ୍କର ଉଦଗାତା କହିଛନ୍ତି।

Murder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe