Advertisment

କାଠଯୋଡ଼ି ନଦୀପଠାରୁ ମିଳିଲା ଛାତ୍ରଙ୍କ ମୃତଦେହ, ୪ ଦିନ ହେଲା ନିଖୋଜ ଥିଲେ

ନିଖୋଜ ହେବାର ୪ ଦିନ ପରେ ଉଦ୍ଧାର ହେଲା ଦଶମ ଛାତ୍ରଙ୍କ ମୃତଦେହ। ଛାତ୍ରଙ୍କ ମୃତଦେହ ନଦୀ ପଠାରେ ପଡ଼ିଥିବା ବେଳେ ନିକଟରୁ ତାଙ୍କ ସାଇକେଲ, ଚପଲ ବି ମିଳିଛି।

Student Dead

Student Dead

Advertisment

ନିଖୋଜ ହେବାର ୪ ଦିନ ପରେ ଉଦ୍ଧାର ହେଲା ଦଶମ ଛାତ୍ରଙ୍କ ମୃତଦେହ। ଛାତ୍ରଙ୍କ ମୃତଦେହ ନଦୀ ପଠାରେ ପଡ଼ିଥିବା ବେଳେ ନିକଟରୁ ତାଙ୍କ ସାଇକେଲ, ଚପଲ ବି ମିଳିଛି। ଏପରି ଏକ ଚାଞ୍ଚଲ୍ୟକର ଘଟଣା ଆଜି କଟକରେ ଘଟିଛି।

Advertisment

କଟକ ସହରର କାଠଯୋଡି ନଦୀପଠାରେ ଏକ ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା। ମୃତଦେହଟି ନିଖୋଜ ଛାତ୍ରଙ୍କର ବୋଲି ଜଣାପଡ଼ିଥିବା ବେଳେ ତାହାକୁ ବ୍ୟବଚ୍ଛେଦ ପାଇଁ କଟକ ବଡ଼ ମେଡିକାଲକୁ ପଠାଯାଇଛି।

ଛାତ୍ରଜଣକଙ୍କ ଘର କଲ୍ୟାଣନଗରରେ ହୋଇଥିବା ବେଳେ ସେ ଦରଘାପାଟଣାର ଏକ ସ୍କୁଲରେ ଦଶମ ଶ୍ରେଣୀରେ ପଢ଼ୁଥିଲେ। ଗତ ଶୁକ୍ରବାରଠୁ ସେ ନିଖୋଜ ଥିଲେ। ଏନେଇ ପରିବାର ଲୋକେ ମଧୁପାଟଣା ଥାନାରେ ଅଭିଯୋଗ କରିବା ସହ ବିଭିନ୍ନ ଆଡ଼େ ଖୋଜାଖୋଜି କରୁଥିଲେ। ମାତ୍ର ପୁଅର କୌଣସି ସନ୍ଧାନ ପାଇ ପାରୁ ନ ଥିବା ବେଳେ ଆଜି ତା’ ମୃତ୍ୟୁ ଖବର ସେମାନଙ୍କୁ ଦୋହଲାଇ ଦେଇଛି।

Advertisment

ତେବେ ପିଲାଟିକୁ କାହିଁକି କିଏ ହତ୍ୟା କଲା ତାହା ଉପରୁ ପରଦା ହଟିନି। ପିଲାଟିର ପରିବାରର କୌଣସି ପୂର୍ବ ଶତ୍ରୁତା ଥିଲା ନା ପିଲାଟିର କାହା ସହ ଗଣ୍ଡଗୋଳ ହୋଇଥିବାରୁ ଏପରି କାଣ୍ଡ ଘଟିଲା ତାହା ଉପରେ ସମସ୍ତଙ୍କ ନଜର।

Murder Cuttack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe