Advertisment

କିଡନୀ ପ୍ରତିରୋପଣ ପରେ ଆଖି ବୁଜିଲେ ରୋଗୀ; ମେଡିକାଲରେ ଉତ୍ତେଜନା

ଗତ ଅଗଷ୍ଟ ୧୯ ତାରିଖରେ ସ୍ୱରାଜ ଘରୋଇ ହସପିଟାଲରେ ଭର୍ତ୍ତି ହୋଇଥିଲେ।

ଅଦ୍ୟତନ ହୋଇଛି
Tension situation

Tension situation

Advertisment

ଡାକ୍ତରଙ୍କ ଚିକିତ୍ସାରେ ଅବହେଳା ଯୋଗୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସପିଟାଲରେ ଜଣେ ରୋଗୀର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ଡାକ୍ତରଖାନାରେ ଉତ୍ତେଜନା ପ୍ରକାଶ ପାଇଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ସ୍ୱରାଜ ବିଷୋୟୀ।

Advertisment

ଗତ ଅଗଷ୍ଟ ୧୯ ତାରିଖରେ ସ୍ୱରାଜ ଘରୋଇ ହସପିଟାଲରେ ଭର୍ତ୍ତି ହୋଇଥିଲେ। ଗତକାଲି ତାଙ୍କର କିଡନୀ ପ୍ରତିରୋପଣ  କରାଯାଇଥିଲା। ମାତ୍ର ଅପରେସନର କିଛି ସମୟ ପରେ ସ୍ୱରାଜଙ୍କର ଇଣ୍ଟର୍ନାଲ ବ୍ଲିଡିଂ ହୋଇଥିଲା। ପରିବାର ଲୋକେ ଏନେଇ ଡାକ୍ତରଙ୍କୁ ଜଣାଇଥିଲେ। ଡାକ୍ତର ଇଣ୍ଟର୍ନାଲ ବ୍ଲିଡିଂ ରୋକିବାବାକୁ ବହୁ ଚେଷ୍ଟା କରିଥିଲେ, ଶେଷରେ ସ୍ୱରାଜଙ୍କର ମୃତ୍ୟୁ ଘଟିଥିଲା। କିଡନୀ ପ୍ରତିରୋପଣରେ ଭୁଲ ଭଟକା ସହ ଡାକ୍ତରଙ୍କ ଚିକିତ୍ସାରେ ଅବହେଳା ଯୋଗୁ ସ୍ୱରାଜଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ମୃତ ସ୍ୱରାଜଙ୍କ ସମ୍ପର୍କୀୟ ସୁରେଖା ପ୍ରଧାନ କହିଛନ୍ତି, କିଡନୀ ପ୍ରତିରୋପଣ ପରେ ତାଙ୍କର ଇଣ୍ଟର୍ନାଲ ବ୍ଲିଡିଂ ହୋଇଥିଲା। ଏନେଇ ଆମେ ଡାକ୍ତରଙ୍କୁ ଜଣାଇଥିଲୁ। ଡାକ୍ତର ଦେଖିବା ପରେ ଇଣ୍ଟର୍ନାଲ ବ୍ଲିଡିଂ ବନ୍ଦ ହୋଇ ନଥିଲା। ବାହାରୁ ଡାକ୍ତର ଡାକିବା ପାଇଁ ଆମେ କହିଥିଲୁ। ହେଲେ ସେ ଆମ କଥା ଶୁଣି ନଥିଲେ। ରୋଗକୁ ଅନ୍ୟତ୍ର ନେଇ ଯିବା ପାଇଁ କହିଥିଲେ। 

Advertisment

ଘରୋଇ ହସ୍ପିଟାଲର ଏମଡି ନିଲାଞ୍ଜନା ମୁଖାର୍ଜୀ କହିଛନ୍ତି, ଏହି ହସପିଟାଲରେ ପୂର୍ବରୁ କିଡନୀ ପ୍ରତ୍ୟାରୋପଣ ହୋଇଛି ଓ ସଫଳ ମଧ୍ୟ ହୋଇଛି। ଏହି ଘଟଣାର ତଦନ୍ତ କରାଯିବ। ଅନ୍ୟ ମେଡିକାଲରୁ ଡାକ୍ତରଙ୍କୁ ଡାକି ତଦନ୍ତ କରାଯିବ। ଡାକ୍ତରଙ୍କ ଅବହେଳାରୁ ଯଦି ରୋଗୀଙ୍କ ମୃତ୍ୟୁ ହୋଇଥାଏ ତେବେ ସମ୍ପୃକ୍ତ ଡାକ୍ତରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ। ଡାକ୍ତରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ।

Patient Death News Bhubaneswar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe