Advertisment

ଦଶମ ଶ୍ରେଣୀ ଛାତ୍ରଙ୍କ ଆକ୍ରମଣରେ ନବମ ଶ୍ରେଣୀ ଛାତ୍ର ଗୁରୁତର

ମୁଣ୍ଡରେ ଚୋଟ ବାଜିବା ଫଳରେ ନବମ ଶ୍ରେଣୀ ଛାତ୍ର ଜଣଙ୍କ ତଳେ ପଡ଼ି ଯାଇଥିଲେ। ଆକ୍ରମଣ କରିଥିବା ଛାତ୍ର ଜଣଙ୍କ ଘଟଣାସ୍ଥଳରୁ ଦୌଡ଼ି ପଳାଇଥିଲେ।

author-image
Biswajit Samal
ଅଦ୍ୟତନ ହୋଇଛି
undefined

Attack

ଦଶମ ଶ୍ରେଣୀ ଛାତ୍ରର ଆକ୍ରମଣରେ ନବମ ଶ୍ରେଣୀ ଛାତ୍ର ଗୁରୁତର ଆହତ ହୋଇଥିବା ଅଭିତଯୋଗ ହୋଇଛି। ଘଟଣାଟି ଘଟିଛି ଅନୁଗୁଳ ଜିଲ୍ଲା ସରକାରୀ ଉଚ୍ଚ ବିଦ୍ୟାଳୟରେ। ରାଧାରମଣପଡ଼ା ଅଞ୍ଚଳର ଜଣେ ନବମ ଶ୍ରେଣୀର ଛାତ୍ର ଓ ହାତିଶାଳପଡ଼ା ଅଞ୍ଚଳର ଜଣେ ଦଶମ ଶ୍ରେଣୀର ଛାତ୍ରଙ୍କ ମଧ୍ୟରେ କିଛିଦିନ ପୂର୍ବରୁ ଝଗଡ଼ା ହୋଇଥିଲା। ସାଇକେଲ ଷ୍ଟାଣ୍ଡରେ ସାଇକେଲ ରଖିବାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ତେବେ ଆଜି ସ୍କୁଲ ଛୁଟି ହେବା ପରେ ନବମ ଶ୍ରେଣୀ ଛାତ୍ର ଘରକୁ ଯାଉଥିଲେ। ସେଇସମୟରେ ତାଙ୍କୁ ହଠାତ ଏକ ମାରଣାସ୍ତ୍ରରେ ଦଶମ ଶ୍ରେଣୀ ଛାତ୍ର ଜଣଙ୍କ ଆକ୍ରମଣ କରିଥିଲେ।

Advertisment

ମୁଣ୍ଡରେ ଚୋଟ ବାଜିବା ଫଳରେ ନବମ ଶ୍ରେଣୀ ଛାତ୍ର ଜଣଙ୍କ ତଳେ ପଡ଼ି ଯାଇଥିଲେ। ଆକ୍ରମଣ କରିଥିବା ଛାତ୍ର ଜଣଙ୍କ ଘଟଣାସ୍ଥଳରୁ ଦୌଡ଼ି ପଳାଇଥିଲେ। ସ୍କୁଲର ଅନ୍ୟ ଛାତ୍ର ମାନେ ଗୁରୁତର ଅବସ୍ଥାରେ ନବମ ଶ୍ରେଣୀ ଛାତ୍ରଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।

ଖବର ପାଇ ପରିବାର ଲୋକ ଡାକ୍ତରଖାନାରେ ପହଞ୍ଚି ଚିକିତ୍ସା କରାଇବା ପରେ ଅନୁଗୁଳ ଥାନାରେ ଏ ନେଇ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋକୁ ଆଧାର କରି ପୁଲିସ ଘଟଣାର ତଦନ୍ତ କରୁଛି।

Advertisment