Advertisment

କୋର୍ଟ ରୁମ୍‌ରେ ପଶି ପଥର ମାରିଲେ, କାବୁ କଲା ପୁଲିସ

ହଠାତ୍ ବ୍ୟାଗରୁ ପଥର କାଢ଼ି ସେ ଫିଙ୍ଗି ଥିଲେ।

author-image
Jitendra Garnayak
Accused

Accused

ଗଞ୍ଜାମ ଜିଲ୍ଲା ଛତ୍ରପୁର ଏସ୍‌ଡିଜେଏମ୍‌ଙ୍କ କୋର୍ଟର ବିଚାରଣା ହଲ୍‌ରେ ପଶି ଜଣେ ବୃଦ୍ଧ ପଥର ମାରି କମ୍ପ୍ୟୁଟର ଓ ଅନ୍ୟାନ୍ୟ ଆସବାବପତ୍ର ନଷ୍ଟ କରି ଦେଇଥିବା ଅଭିଯୋଗ ହୋଇଛି। ତାଙ୍କୁ ଛତ୍ରପୁର ପୁଲିସ୍ ଅଟକ ରଖିଛି। ତାଙ୍କ ନାଁ ସୁବାସ ଚନ୍ଦ୍ର ସାହୁ।

Advertisment

ଭଞ୍ଜନଗର ଥାନା ବଡ଼କୁଦଣ୍ଡ ଗାଁର ସୁବାସ ଆଜି ମଧ୍ୟାହ୍ନରେ କୋର୍ଟର ବିଚାରଣା ହଲ୍‌ରେ ଉପସ୍ଥିତ ଥିଲେ। ହଠାତ୍ ନିଜ ବ୍ୟାଗରୁ ପଥର ବାହାର କରି ସେ ସେଠାରେ ଥିବା କମ୍ପ୍ୟୁଟରକୁ ଲକ୍ଷ୍ୟ କରି ଫୋପାଡ଼ି ଥିଲେ। ତା’ସହିତ ଅନ୍ୟାନ୍ୟ ଆସବାବପତ୍ରଗୁଡ଼ିକୁ ଲକ୍ଷ୍ୟ କରି ସେ ପଥର ମାରିଥିଲେ। ଫଳରେ କମ୍ପ୍ୟୁଟର ଭାଙ୍ଗି ଯିବା ସହିତ ଅନ୍ୟ ଜିନିଷଗୁଡ଼ିକ ନଷ୍ଟ ହୋଇଯାଇଛି। 

ଖବର ପାଇ ଛତ୍ରପୁର ପୁଲିସ କୋର୍ଟରେ ପହଞ୍ଚିଥିଲା ଓ ସୁବାସଙ୍କୁ କାବୁ କରିଥିଲା। ସୁବାସ ଫୋପାଡ଼ିଥିବା ପଥରଗୁଡ଼ିକୁ ପୁଲିସ ଜବତ କରିଛି। ପୁଲିସ୍ ତାଙ୍କୁ ଥାନାରେ ଅଟକ ରଖି ତଦନ୍ତ କରୁଛି।

Advertisment
Court Room Odisha Police Stone Pelting