Advertisment

ଉଧାର ଟଙ୍କା ମାଗିଲେ ବ୍ୟକ୍ତି, ଜାଳିଦେଲେ ଅଭିଯୁକ୍ତ

ଉଧାର ନେଇଥିବା ଟଙ୍କା ଫେରାଇବା ପାଇଁ ଘରୁ ଦୂରକୁ ଡାକିନେଲେ। ମାତ୍ର ଟଙ୍କା ତ ଫେରାଇଲେ ନାହିଁ, ବରଂ ଦେହରେ ପେଟ୍ରୋଲ ପକାଇ ଲଗାଇ ଦେଲେ ନିଆଁ।

Fire

Fire

Advertisment

ଉଧାର ନେଇଥିବା ଟଙ୍କା ଫେରାଇବା ପାଇଁ ଘରୁ ଦୂରକୁ ଡାକିନେଲେ। ମାତ୍ର ଟଙ୍କା ତ ଫେରାଇଲେ ନାହିଁ, ବରଂ ଦେହରେ ପେଟ୍ରୋଲ ପକାଇ ଲଗାଇ ଦେଲେ ନିଆଁ। ବ୍ୟକ୍ତିଜଣକ ନିଆଁରେ ପୋଡ଼ି ଛଟପଟ ହେଉଥିବା ବେଳେ ଫେରାର ହୋଇଗଲେ ଅଭିଯୁକ୍ତ। ଏପରି ଏକ ଅଘଟଣ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରରେ ଘଟିଛି। ଗୁରୁତର ବ୍ୟକ୍ତିଜଣକ ହେଲେ ଅଞ୍ଜନ ପାଢ଼ୀ ।

Advertisment

ସହରର କଶାକେନ୍ଦୁ ଛକ ନିକଟରେ ଏକ ଘର ଭଡ଼ା ନେଇ ଅଞ୍ଜନ ପାଢ଼ୀ ରହନ୍ତି। ସେ ପ୍ରାୟ ୨ଲକ୍ଷ ଟଙ୍କା ଜଣେ ବ୍ୟକ୍ତିଙ୍କୁ ଉଧାର ଦେଇଥିଲେ। ବାରମ୍ବାର ଟଙ୍କା ଫେରସ୍ତ ମାଗିବା ପରେ ମଧ୍ୟ ସମ୍ପୃକ୍ତ ବ୍ୟକ୍ତି ଶୁଣୁ ନ ଥିଲେ । ତେବେ ଗତକାଲି ଟଙ୍କା ଫେରସ୍ତ କରିବା ପାଇଁ ଅଞ୍ଜନଙ୍କୁ ଉକ୍ତ ବ୍ୟକ୍ତିଜଣକ କହିଥିଲେ।

ଏଥିନିମନ୍ତେ ସେ ତାଙ୍କୁ ଖରିଆର ରାସ୍ତାର ନିଛାଟିଆ ଜନ ଶୂନ୍ୟ ସ୍ଥାନ ଆଡକୁ ଡ଼ାକି ନେଇଥିଲେ। ମାତ୍ର ଟଙ୍କା ଫେରସ୍ତ କରିବା ବଦଳରେ ସେ ପେଟ୍ରୋଲ ଢାଳି ଅଞ୍ଜନଙ୍କ ଶରୀରରେ ନିଆଁ ଲଗାଇ ଦେଇଥିଲା। ଏହା ପରେ ଅଭିଯୁକ୍ତ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା।

Advertisment

ମୁମୂର୍ଷୁ ଅବସ୍ଥାରେ ଅଞ୍ଜନଙ୍କୁ ସ୍ଥାନୀୟ ଲୋକ ଭବାନୀପାଟଣା ସଦର ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଛନ୍ତି। ଅଞ୍ଜନଙ୍କ ଅବସ୍ଥା ଗୁରୁତର ଥିବା ବେଳେ ସେଠାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ଉଧାର ଟଙ୍କାକୁ ନେଇ ଯୁବକଜଣକ ତାଙ୍କୁ ନିଆଁ ଲଗାଇ ଦେଇଥିବା ଅଞ୍ଜନ କହିଛନ୍ତି। । ଏନେଇ ଟାଉନ୍ ଥାନାରେ କୌଣସି ଏତଲା ଦିଆଯାଇ ନ ଥିବା ବେଳେ ଅଭିଯୁକ୍ତର ପରିଚୟ ମିଳି ପାରିନି।

ତେବେ ଜଣଙ୍କ ଦ୍ୱାରା ଏପରି ଜଣକୁ ନିଆଁ ଲଗାଇବା ସମ୍ଭବପର ବୋଲି ବିଶ୍ୱାସ ହେଉନି। ଏଥିରେ ଆଉ କିଛି ଲୋକ ବି ସାମିଲ ଥିବା ଅନୁମାନ କରାଯାଉଛି। ହେଲେ ଏହି ଘଟଣାର ରହସ୍ୟ ଉପରୁ ପରଦା ହଟିନି।

Kalahandi Fire Mishap
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe